ଚୀନ ସୈନିକଙ୍କୁ ଏବେ ଘରକୁ ପଠାଇବେ ସୋନୁ !

1 min read

ନୁଆଦିଲ୍ଲୀ- କରୋନା ମହାମାରୀ ଭଳି ସଙ୍କଟ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଗବାନ ସଦୃଶ ଶାହା ହୋଇଛନ୍ତି । ସୋନୁ ସୁଦଙ୍କୁ ଯିଏ ବି ସାହାଯ୍ୟ ମାଗୁଛି, ସେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି ଏବଂ ଲୋକଙ୍କୁ ଏହି ଲକଡାଉନ ସମୟରେ ତାଙ୍କ ଘରେ ପହଞ୍ଚାଉଛନ୍ତି । ସେ ବସ୍ ସହ ଟ୍ରେନ ଯୋଗେ ମଧ୍ୟ ଲୋକଙ୍କୁ ତାଙ୍କ ଘରକୁ ପଠାଉଛନ୍ତି ।

ବର୍ତ୍ତମାନ ସୋନୁ ସୁଦ ଦେଶର ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ପଠାଇବା ପରେ ଭାରତ- ଚୀନ ସୀମାରେ ଥିବା ଚୀନ ସେନାଙ୍କୁ ତାଙ୍କ ଘରକୁ ପଠାଇବା ପାଇଁ ପ୍ରସ୍ତୁତ ହୋଇପଡ଼ିଛନ୍ତି । ଜଣାଇ ରଖୁଛୁ ଯେ, ଜଣେ ବ୍ୟକ୍ତି ଯେତେବେଳେ ସୋନୁଙ୍କୁ ଭାରତ ସୀମାରେ ଥିବା ଚୀନ ସୈନିକଙ୍କୁ ଘରକୁ ପଠାଇବାକୁ ନିବେଦନ କଲେ ସେତେବେଳେ ଅଭିନେତା ସୋନୁ ମଧ୍ୟ ଏହାର ଏକ ମଜାଦାର ଉତ୍ତର ଦେଇଥିଲେ ।

ଯୁବକ ଜଣଙ୍କ ଟ୍ୱିଟ କରି କହିଥିଲେ ଯେ, ମୋ ମତରେ ସୋନୁ ସୁଦଙ୍କୁ ଲଦାଖ ପଠାଇଦିଅ, ‘ସେ ଚୀନ ସୈନିକ ମାନଙ୍କୁ ତାଙ୍କ ଘରକୁ ସୁରକ୍ଷିତ ପଠାଇଦେବେ’ । ଯୁବକଙ୍କର ଏହି ଟ୍ୱିଟର ଉତ୍ତର ଦେଇ ସୋନୁ କହିଲେ ଯେ, ‘ଚାଇନିଜ ଲୋକମାନଙ୍କର ଡିଟେଲ୍ସ ପଠାଅ ।‘

ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ଏହି ଟ୍ୱିଟ ଖୁବ ଭାଇରାଲ ହେଉଛି । ଲୋକମାନେ ଲଗାତାର ଏହି ଟ୍ୱିଟରେ ନିଜ ମତ ପ୍ରକାଶ କରୁଛନ୍ତି । ଲୋକମାନଙ୍କୁ ସୋନୁଙ୍କ ଏହି ଉତ୍ତର ଖୁବ ପସନ୍ଦ ଆସିଥିଲା ।

Leave a Reply