କୁନି ପିଲାଟିର ହୃତପିଣ୍ଡରେ ଥିଲା ଛିଦ୍ର, ଗୋଟିଏ ଟ୍ୱିଟରେ ସହାୟତାର ହାତ ବଢାଇଲେ ସୋନୁ
1 min readମୁମ୍ବାଇ: ଲକଡାଉନ ସମୟରେ ଏକାଧିକ ଅସହାୟଙ୍କୁ ସହାୟତାର ହାତ ବଢାଇ ବେଶ୍ପ୍ରଶଂସା ସାଉଁଟିଛନ୍ତି ଲୋପ୍ରିୟ କଳାକାର ସୋନୁ ସୁଦ । ଏକାଧିକ ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚିବାରେ ସାହାଯ୍ୟ କରିଥିବା ବେଳେ ଆଉ କେତେକଙ୍କ ଭାଙ୍ଗି ଯାଇଥିବା ଘରକୁ ପୁଣିଥରେ ସଜାଡ଼ି ଦେଇଛନ୍ତି । ଅନ୍ୟର ଖରାପ ସମୟରେ ସେମାନଙ୍କ ନିକଟରେ ଛିଡ଼ା ହୋଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି । ତେବେ ନିକଟରେ ସେହିଭଳି ଏକ ମହାନ୍କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ସୋନୁ । ସାମ୍ନାକୁ ଆସିଥିବା ଟ୍ୱିଟ ଅନୁସାରେ ଏକ ଛୋଟ ପିଲାର ହୃତପିଣ୍ଡରେ ଥିବା ଛିଦ୍ରର ଚିକିତ୍ସା କରିବା ପାଇଁ ସେ ଟ୍ୱିଟରେ କହିଛନ୍ତି ।
@SonuSood सोनू सर ये बच्चा का दिल मे Hole हैं (बिहार से हैं)सर हमलोग यानी 40 लड़के आपस मे colect करकर मिलकर लगभग 25kदिये.अब सर बस आप ही अंतिम आशा हैं.इलाज के लिए सर एशका operation बंगलुरु मे डॉक्टर बोला हैं तो सर आपसे help चाहिए बस एशको हॉस्पिटल मे दाखिला के लिए ? @sumita_salve pic.twitter.com/Ck8Ac4CjyD
— धीरज कुमार (@Dheeraj53899824) October 26, 2020
समझो हो गया । https://t.co/M79DruToMr
— sonu sood (@SonuSood) October 26, 2020
ଧୀରଜ କୁମାର ନାମକ ଜଣେ ଟ୍ୱିଟର ୟୁଜର ଟ୍ୱିଟ କରି ଏହି ପିଲାଟିର ସମସ୍ୟା ବିଷୟରେ ସୂଚନା ଦେଇଛନ୍ତି । ଏହା ସହିତ ସେ ଓ ଅନ୍ୟ କିଛି ଯୁବକ ମିଶି ୨୫ ହଜାର ଟଙ୍କା ସଂଗ୍ରହ କରିବା ପରେ ବାକି ଟଙ୍କାର ଆୟୋଜନ ହୋଇନପାରିବାରୁ ସେମାନେ ସୋନୁଙ୍କ ସାହାଯ୍ୟ ଲୋଡ଼ିଛନ୍ତି ବୋଲି ଟ୍ୱିଟ କରି ଊେଖିଛନ୍ତି । ସବୁଠାରୁ ଖାସ କଥା ହେଉଛି ସୋନୁ ସାମାନ୍ୟ କିଛି ଶବ୍ଦରେ ଉକ୍ତ ଯୁବକଙ୍କ ଅନୁରୋଧର ଉତ୍ତର ଦେଇଛନ୍ତି । ସେ ଲେଖିଛନ୍ତି କି, ବୁଝିନିଅଯେ ହୋଇଗଲା ବୋଲି । ତେବେ ସୋନୁଙ୍କ ଏଭଳି ଉତ୍ତର ତାଙ୍କ ପ୍ରଶଂସକଙ୍କୁ ବେଶ୍ପସନ୍ଦ ଆସିଛି ଏବଂ ସୋସିଆଲ ମିଡିଆରେ ସୋନୁଙ୍କ ଗୁଣଗାନ କରାଯାଉଛି ।