ଆଦିବାସୀ ଝିଅକୁ ନୂଆ ବହି ଆଉ ଘର ଦେବାକୁ ପ୍ରତିଶୃତି ଦେଇ ପୁଣି ଚର୍ଚ୍ଚାରେ ସୋନୁ

1 min read

ଏକାଧିକ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରି ଦେଶର କୋଟି କୋଟି ଲୋକଙ୍କ ନିକଟରେ ଏକ ସୁନ୍ଦର ପରିଚୟ ସୃଷ୍ଟି କରିଥିଲେ ଅଭିନେତା ସୋନୁ ସୁଦ । ସୋନୁ ସେତେବେଳେ ଚର୍ଚ୍ଚାକୁ ଆସନ୍ତି ଯେତେବେଳେ କୌଣସି ଫିଲ୍ମ ରିଲିଜ ହୁଏ । କିନ୍ତୁ କରୋନା ମହାମାରୀ ସୋନୁଙ୍କ ଭିତରେ ଥିବା ଦୟାଳୁ ମଣିଷର ପରିଚୟ ସମସ୍ତଙ୍କ ସାମ୍ନାକୁ ଆଣିଦେଲା । ଯାହାପରେ ସେହି ଉଦାର ମଣିଷ ରାତାରାତି ପାଟଲିଗଲେ ସମାଜସେବୀ । ଅସହାୟକୁ ସାହା ହେଲେ ଆଉ ଗରିବକୁ ଦାନା । ଗୋଟିଏ ପରେ ଗୋଟିଏ ହୃଦୟ ଜିତିବା ଭଳି କାମ କଲେ ସୋନୁ । ତା ପରେ ସୋସିଆଲ ମିଡିଆରେ ଭାଇରାଲ ହେଲା ସୋନୁଙ୍କର ପ୍ରତ୍ୟେକଟି ଭିଡ଼ିଓ । ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଲା । ଓଡ଼ିଶାର ଏକାଧିକ ଲୋକଙ୍କୁ କରୋନା ମହାମାରୀ ସମୟରେ ସେମାନଙ୍କ ପରିବାରକୁ ପଠାଇ ଖୁବ ପ୍ରଶଂସା ସାଉଣ୍ଟିଲେ । ଏହାପରେ ରିଲ ଲାଇଫର ହିରୋରୁ ସେ ହୋଇଗଲେ ରିଅଲ ଲାଇଫ ହିରୋ । ନିକଟରେ ପୁଣିଥରେ ସୋନୁଙ୍କ ମହାନୀୟତାର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ବନ୍ୟା ପାଣିରେ ନଷ୍ଟ ହୋଇ ଯାଇଥିବା ଏକ ଝିଅକୁ ବହି ଏବଂ ଘର ଦେବାର ପ୍ରତିଶୃତି ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବିଂଶ ଶତାବ୍ଦୀର ଏହି ପ୍ରକୃତ ମହାନାୟକ ।

ଟ୍ୱିଟରରେ ଭାଇରାଲ ଭିଡ଼ିଓଟି ଛତିଶଗଡ଼ ବିଜପୁର ଜିଲ୍ଲାର କମଳା ଗ୍ରାମ ନିବାସୀ ଅଞ୍ଜଳୀ କୁଡ଼ିଆମଙ୍କର । ଯାହାକୁ ଦେଖିବା ପରେ ସୋନୁ ଜଣେ ଆଦିବାସୀ ବାଳିକାକୁ ନୂଆ ବହି ସହ ନୂଆ ଘର ଦେବାକୁ ପ୍ରତିଶୃତି ଦେଇଛନ୍ତି। ସାମ୍ନାକୁ ଆସିଥିବା ଭିଡ଼ିଓଟି ରେ ଦେଖିବାକୁ ମିଳିଛି ବନ୍ୟାରେ ଘର ଭାଙ୍ଗିଯିବା ପରେ ବହି ଗୁଡିକ ନଷ୍ଟ ହୋଇଯାଇଥିବାରୁ ଝିଅଟିଏ କାନ୍ଦୁଛି । ଉକ୍ତ ଝିଅଟିର ଭିଡ଼ିଓ ଦେଖିବା ପରେ ସାହାଯ୍ୟ କରିବା ପାଇଁ ସୋନୁ ପ୍ରତିଶୃତି ଦେଇଛନ୍ତି । ମୁକେଶ ଚନ୍ଦ୍ର କର ନାମକ ଜଣେ ଯୁବକ ଏହି ଭିଡ଼ିଓକୁ ଟ୍ୱଟରରେ ଶେୟାର କରିଛନ୍ତି । ଭିଡ଼ିଓ ଶେୟାର କରି ସେ ଲେଖିଛନ୍ତି, ଅଗଷ୍ଟ ୧୫-୧୬ ହୋଇଥିବା ବନ୍ୟାରେ ଅଞ୍ଜଳିଙ୍କ ଘର ପ୍ରାୟ ନଷ୍ଟ ହୋଇ ଯାଇଛି । ଭାଙ୍ଗି ଯାଇଥିବା ଘର କଥା ନ ଭାବି ଅଞ୍ଜଳି ନଷ୍ଟ ହୋଇଯାଇଥିବା ନିଜ ବହିକୁ ନେଇ ଖୁବ ଚିନ୍ତିତ ହୋଇ କାନ୍ଦିବାରେ ଲାଗିଲା । ତେବେ ପ୍ରତ୍ୟୁତ୍ତରରେ ସୋନୁ ଟ୍ୱିଟ କରି ଲେଖିଛନ୍ତି, – ଲୁହ ପୋଛିଦିଅ ଭଉଣୀ, ବହିଗୁଡ଼ିକ ମଧ୍ୟ ନୂଆ ହେବଜ୍ଝ ଘର ମଧ୍ୟ ନୂଆ ହେବ ଜ୍ଝ ତେବେ ଝିଅଟିକୁ ଏଭଳି ପ୍ରତିଶୃତି ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ସୋନୁ ।

Leave a Reply