ସୋନୁ ସୁଦ ବିଦେଶୀ ଅନୁଦାନ ଆଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗ

Sonu Sood allegedly violated Foreign Contributions Regulation Act Preliminary probe

ନୂଆଦିଲ୍ଲୀ: ଆୟକର ବିଭାଗ ରାଡାରରେ ଅଭିନେତା ସୋନୁ ସୁଦ୍ । ସୋନୁ ସୁଦଙ୍କ ସହ ଜଡ଼ିତ ପ୍ରାୟ ୩୦ଟି ସ୍ଥାନରେ ଆୟକର ବିଭାଗ ରେଡ୍ ଜାରି ରଖିଥିବା ସୂଚନା ମିଳିଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଅଭିନେତା ସୋନୁ ସୁଦ ବିଦେଶୀ ଅନୁଦାନ ଆଇନର ଉଲ୍ଲଂଘନ କରିଛନ୍ତି ।

ସୋନୁ ସୁଦ ଏଫସିଏଆର୍ ନିୟମାବଳୀ ଉଲ୍ଲଂଘନ କରିଥିବା ଯାଞ୍ଚ ବେଳେ ମିଳିଥିବା କାଗଜପତ୍ରରୁ ଜଣାପଡ଼ିଛି । ବିପୁଳ ପରିମାଣରେ ବିଦେଶୀ ଅନୁଦାନ ଆସିଥିବା ବେଳେ ତାକୁ କରୋନା ସମୟରେ ସୋନୁ ସୁଦ ସେବାରେ ଖର୍ଚ୍ଚ କରିଛନ୍ତି । ଟିକସ ଠକେଇ ନେଇ ହୋଇଥିବା ଅଭିଯୋଗର ତଦନ୍ତ ଚାଲିଥିବା କହିଛନ୍ତି ଆୟକର ବିଭାଗ ଅଧିକାରୀ । ସୋନୁଙ୍କ ନିଜସ୍ୱ ଆକାଉଣ୍ଟରୁ ଚାରିଟି ଫାଉଣ୍ଡେସନକୁ କେତେ ଟଙ୍କା ଯାଇଛି ତାର ବି ଅନୁସନ୍ଧାନ କରୁଛି ଆୟକର ବିଭାଗ ।

ଯାଞ୍ଚ ବେଳେ କେତେକ ବେନାମୀ କାରବାର ଧରାପଡ଼ିଛି । ଋଣ ଜାଲିଆତି ଓ ନକଲି ବିଲ୍ ଭଳି ତଥ୍ୟ ମଧ୍ୟ ଆୟକର ବିଭାଗ ହାତରେ ଲାଗିଥିବା କୁହାଯାଉଛି । ଆୟକର ଫାଙ୍କିବାକୁ ବିଭିନ୍ନ ଆକାଉଣ୍ଟ ଜରିଆରେ ସୋନୁ ସୁଦଙ୍କ ଆକାଉଣ୍ଟକୁ ବିଦେଶରୁ ଟଙ୍କା ଆସିଛି । ବୁଧବାର ଆୟକର ବିଭାଗ ଆରମ୍ଭ କରିଥିବା ଯାଞ୍ଚ ତୃତୀୟ ଦିନରେ ଜାରି ରହିଛି ।

Leave a Reply