spot_img

Latest Posts

କରୋନା ପୀଡ଼ିତଙ୍କ ଚିକିତ୍ସା ପାଇଁ ନିଜ ଘରକୁ ଖୋଲିଲେ ସୋନୁ

ମୁମ୍ବାଇ: ବଲିଉଡ୍‌ ଦୁନିଆ କରୋନା ଭାଇରସର ମୁକାବିଲା କରିବାକୁ ଆଗକୁ ଆଗେଇ ଆସିଥିବା ଦେଖାଯାଇଛି। ଏବେ ବଲିଉଡ୍‌ ଗାୟକ ସୋନୁ ନିଗମ ଏ କ୍ଷେତ୍ରରେ ନିଜର ସହଯୋଗ ଦେଇଛନ୍ତି। ଏବେ ସେ ଦେଶ ବାହାରେ ଅର୍ଥାତ୍‌ ଦୁବଇରେ ଥାଇ ମଧ୍ୟ ଭାରତରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ଲାଗି ତାଙ୍କ ମଡ ଆଇଲ୍ୟାଣ୍ଡରେ ଥିବା ଘରକୁ ଖୋଲିଦେବେ ବୋଲି କହିଛନ୍ତି।

ସୋନୁ କହିଛନ୍ତି ଇଟାଲୀ, ସ୍ପେନ, ଆମେରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ସତ। ହେଲେ ଏହାର ମୁକାବିଲା କରିବା ପାଇଁ ସେମାନେ ମାଇଲ ମାଇଲ ଦୂର ପର୍ଯ୍ୟନ୍ତ ଆପାତକାଳୀନ ଶିବିର ଖୋଲି ଦେଉଛନ୍ତି। ହେଲେ ଭାରତର ସ୍ଥିତି ଅଲଗା। ଏଠାରେ ରୋଗୀଙ୍କର ଚିକିତ୍ସା କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ସୁବିଧା ନାହିଁ। ତେଣୁ ଯେଉଁମାନଙ୍କର ଘର ଖାଲି ରହିଛି ସେମାନେ ଏହି ସମୟରେ କରୋନା ସଂକ୍ରମିତଙ୍କ ଚିକିସା ପାଇଁ ଏହାକୁ ଖୋଲି ଦେବାକୁ ସେ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଛୁଇଁବାକୁ ଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଗକୁ ଯେମିତି ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ସେଥିପାଇଁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ଏ କ୍ଷେତ୍ରରେ କେତେଜଣ ବଲିଉଡ୍‌ ସେଲିବ୍ରିଟି କୋଟି କୋଟି ଟଙ୍କା ସହୟତା ମଧ୍ୟ ଯୋଗାଇ ସାରିଲେଣି।

Latest Posts

Don't Miss