କରୋନାରେ ଆକ୍ରାନ୍ତ ହେଲେ ସୋନୁ ନିଗମ

1 min read

ଦୁବାଇ: ସାରା ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଲିଉଡ୍ ଇଣ୍ଡଷ୍ଟ୍ରିରେ ମଧ୍ୟ କରୋନା ତା’ର ପ୍ରଭାବ ବିସ୍ତାର କରି ସାରିଛି । ବିଗତ କିଛି ଦିନ ମଧ୍ୟରେ ବହୁ ସେଲିବ୍ରେଟି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଏହି ଲିଷ୍ଟରେ ଯୋଡି ହୋଇଛନ୍ତି ସୋନୁ ନିଗମ । ଏନେଇ ସୋନୁ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସୋନୁ ନିଗମଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବର୍ତ୍ତମାନ ଦୁବାଇରେ ଅଛନ୍ତି ।

 

View this post on Instagram

 

A post shared by Sonu Nigam (@sonunigamofficial)

ସୋନୁ ନିଗମ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି । ଭିଡିଓ ସେୟାର କରି ସୋନୁ ନିଗମ କହିଛନ୍ତି କି ମୁଁ ଏବେ କରୋନାରେ ଆକ୍ରାନ୍ତ ହୋଇଛି । ସେ ଆହୁରି କହିଛନ୍ତି କି ମୋତେ ଭୁବନେଶ୍ୱରରେ ଏକ କନସର୍ଟ କରିବାର ଥିଲା ଏବଂ ସୁପର ସିଙ୍ଗର ସିଜିନ୍-୩ର ଶୁଟିଂ ପାଇଁ ଭାରତ ଯିବାର ଥିଲା । ଏଥି ପାଇଁ ମୁଁ କରୋନା ଟେଷ୍ଟ କରିଥିଲି ଏବଂ ମୋ ରିପୋର୍ଟ ପଜିଟିଭ୍ ଆସିଥିଲା ବୋଲି ଭିଡିଓରେ କହିଛନ୍ତି ସୋନୁ ନିଗମ ।

ସୋନୁ ନିଗମ ଏହି ଭିଡିଓରେ ଆହୁରି କହିଛନ୍ତି କି, ମୁଁ କୋଭିଡ ପଜିଟିଭ୍ ହୋଇଛି କିନ୍ତୁ ଏଥିରେ ମରୁନାହିଁ। ଏହା ସହ କରୋନା ଭାଇରସ୍ ହେତୁ ପୁଣି କାମ ବନ୍ଦ ହେଉଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ସୋନୁ ନିଗମ । ଗତ ଦେଢ ମାସ ଧରି ସୋନୁ ନିଗମ କ୍ରମାଗତ ଭାବରେ କନସର୍ଟ ଏବଂ ସୁଟିଂ କରୁଥିଲେ, ଯେଉଁଥିପାଇଁ ସେ ତାଙ୍କ ପରିବାରକୁ ମଧ୍ୟ ସାକ୍ଷାତ କରିନାହାଁନ୍ତି।

 

Leave a Reply