ମହିଳା ରେସଲରଙ୍କୁ ଅସଦାଚରଣ କରୁଥିଲେ କୋଚ୍; ବିରୋଧ କରିବାରୁ ଭାଇଙ୍କ ସହ ରେସଲରଙ୍କୁ ହତ୍ୟା

ସୋନୀପତ: ହରିଆଣାର ସୋନୀପତର ଏକ ରେସଲଂ ଏକାଡେମୀରେ କୋଚ ଜଣେ ମହିଳା ରେସଲର ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରିଛି । ଏହି ହତ୍ୟା ପରେ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି କି କୋଚ ପଓ୍ୱନ ନିଶାଙ୍କୁ ସହ ଅସଦାଚରଣ କରୁଥିଲେ । ଏହାକୁ ବିରୋଧ କରିବା ପରେ ସେ ନିଶା ଓ ତାଙ୍କ ଭାଇଙ୍କୁ ହତ୍ୟା କରିଥିଲେ । ଅନ୍ୟପଟେ ନିଶାଙ୍କ ମୃତ୍ୟୁ ପରେ ତାଙ୍କ ବାପା କୋଚଙ୍କ ନାମରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ନିଶାଙ୍କ ପିତା ଦୟାନନ୍ଦ କହିଛନ୍ତି କି କୋଚ ପଓ୍ୱନ ତାଙ୍କ ଝିଅର ବ୍ରେନଓ୍ୱାସ କରିଦେଇଥିଲା । ସେ ତାଙ୍କ ଝିଅଙ୍କୁ ବାରମ୍ବାର ଟଙ୍କା ମାଗୁଥିଲା । ଦୟାନନ୍ଦ ଦାବି କରିଛନ୍ତି କି ତାଙ୍କ ଝିଅ ପଓ୍ୱନଙ୍କୁ ପ୍ରାୟ ୩.୫ ଲକ୍ଷ ଟଙ୍କା ଦେଇଥିଲେ ।

ଦୟାନନ୍ଦ କହିଛନ୍ତି ଦ୍ବିପ୍ରହର ୨.୩୦ ସମୟରେ ପଓ୍ବନ ତାଙ୍କ ପୁଅକୁ କଲ୍ କରିଥିଲେ । ତା’ ପରେ କେହି ଜଣେ ଫୋନ ଉଠାଇ କହିଥିଲେ କି ତାଙ୍କ ପୁଅର ମୃତଦେହ ରାସ୍ତାରେ ପଡ଼ିଛି । ଦୟାନନ୍ଦ ଆହୁରି କହିଛନ୍ତି କି ପଓ୍ୱନଙ୍କ ବିରୋଧରେ ନିର୍ଯାତନା ଖବର ଆମେ ଶୁଣିଛୁ । ନିଶା ଜଣେ ଯୁବା ରେସଲର ଥିଲେ । ସେ ରେସଲିଂ ଦୁନିଆରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । କୋଚ ସବୁବେଳେ ତାଙ୍କୁ ଓ ପରିବାରକୁ କହୁଥିଲେ କି ସେ ନିଶାଙ୍କୁ ବହୁତ ବଡ଼ ରେସଲର କରିବେ । ନିଶା ବିଶ୍ବବିଦ୍ୟାଳୟ ସ୍ତରରେ ପଦକ ଜିତିଛନ୍ତି ଓ ଏହାର ପୁରସ୍କାର ରାଶି ବି ସେ କୋଚଙ୍କୁ ଦେଇଥିଲେ ।

ହରିଆଣାର ସେନୀପତରେ ମହିଳା ରେସଲର ନିଶା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରିଯାଇଛି ଏବଂ ତାଙ୍କ ମା ମଧ୍ୟ ଗୁରୁତର ଭାବରେ ଆହାତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଗୁଳିକାଣ୍ଡରେ ପଓ୍ୱନଙ୍କ ସହ ତାଙ୍କ ସହଯୋଗୀମାନଙ୍କ ନାମରେ ଅଭିଯୋଗ ହୋଇଛି । ମହିଳା ରେସଲର ଅସଦାଚରଣକୁ ବିରୋଧ କରିବାରୁ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଏହି ଘଟଣାରେ କୋଚ ଓ ତାଙ୍କ ପତ୍ନୀଙ୍କ ନାମରେ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଛି ।

Leave a Reply