ଭାରତ ଯୋଡୋ ଯାତ୍ରାରେ ଆଜି ସାମିଲ ହେବେ ସୋନିଆ ଗାନ୍ଧି, ସାଧାରଣ ସଭାରେ ଦେବେ ଉଦବୋଧନ

ବେଙ୍ଗାଲୁରୁ: ଆଜି ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ ଏଆଇସିସି ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧି । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବାବେଳେ ଆଜି ସୋନିଆ ରାଲିରେ ଯୋଗଦେବେ । ଏହାସହ ବାଲାରିରେ ଆୟୋଜିତ ସାଧାରଣ ସଭାରେ ବି ଯୋଗଦେବେ ସୋନିଆ । ଗତ ସୋମବାର ସୋନିଆ କୋଡ଼ାଗୁ ଜିଲ୍ଲାରେ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଗତକାଲି ବେଗୁରସ୍ଥିତ ଭୀମାନକୋଲି ମନ୍ଦିରରେ ସୋନିଆ ପୂଜାର୍ଚ୍ଚନା କରିଥିଲେ ।

ଆଜି ପାଣ୍ଡବପୁରାରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହେବ । ଗତ ସେପ୍ଟେମ୍ବର ୭ ତାରିଖରେ କନ୍ୟାକୁମାରୀରୁ ଯାତ୍ରାର ଶୁଭାରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୩୦ ତାରିଖରେ କର୍ଣ୍ଣାଟକକୁ ଯାତ୍ରା ପ୍ରବେଶ କରିଥିଲା । ମିଶନ୍ ସାଉଥ ଅନୁସାରେ କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ ଆଦି ରାଜ୍ୟକୁ କଂଗ୍ରେସ ପ୍ରାଧାନ୍ୟ ଦେଉଥିବାବେଳେ ଭାରତ ଯୋଡ଼ୋ ଯାତ୍ରା ବିଶେଷ ପ୍ରଭାବ ପକାଇବା ପରିଲକ୍ଷିତ ହୋଇଛି ।