spot_img

Latest Posts

ଆଜି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବସିବ କଂଗ୍ରେସ ସଂସଦୀୟ ଦଳର ବୈଠକ

ନୂଆଦିଲ୍ଲୀ: ଆଜି କଂଗ୍ରେସ ସଂସଦୀୟ ଦଳର ବୈଠକ ବସିବ। ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ସଂସଦର ସୁରକ୍ଷା ଉଲ୍ଲଂଘନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବିରେ ବିରୋଧୀ ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି।

ସଂସଦରୁ ସମୁଦାୟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସଦସ୍ୟମାନଙ୍କୁ ନିଲମ୍ବନ କରିବା ପାଇଁ ପ୍ରସ୍ତାବ ଆଣିଥିଲେ। ଫାରୁକ୍ ଅବଦୁଲ୍ଲା, ସୁପ୍ରିୟା ସୁଲେ, ଡିମ୍ପଲ୍ ଯାଦବ ଏବଂ ଶଶି ଥରୁରଙ୍କ ସମେତ ଚାଳିଶ ଜଣ ବିରୋଧୀ ଦଳ ସାଂସଦଙ୍କୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟାଂଶ ପାଇଁ ମଙ୍ଗଳବାର ଦିନ ଲୋକସଭାରୁ ନିଲମ୍ବିତ କରାଯାଇଥିଲା।

ଯାହାକୁ ନେଇ ଆଜି କଂଗ୍ରେସ ସଂସଦୀୟ ବୈଠକରେ ଆଲୋଚନା ହେବ । ବୈଠକରେ କଂଗ୍ରେସ ସାଂସଦ ଇସ୍ତଫା ଦେବା ନେଇ ଆଲୋଚନା ହୋଇପାରେ।

Latest Posts

Don't Miss