ହସ୍ପିଟାଲରେ ଭର୍ତ୍ତି ସୋନିଆ, କୋରୋନା ରିପୋର୍ଟ ପଜିଟିଭ

1 min read

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ  । କୋରୋନା ସମ୍ବନ୍ଧୀୟ ସମସ୍ୟା କାରଣରୁ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ସୋନିଆଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ଅବଜରଭେସନରେ ରଖାଯାଇଛି  । ବର୍ତ୍ତମାନ ସୁଦ୍ଧା ତାଙ୍କର ଦୁଇ ଥର କୋରୋନା ରିପୋର୍ଟ ପଜିଟିଭ ଆସିଛି  । ଗତ ୧୦ ଦିନରୁ ସେ ଅସୁସ୍ଥ ଥିବା ସୂଚନା ଦେଇଛନ୍ତି କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା  ।

ଗତ ଜୁନ ୨ରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ସୋନିଆ  । ଏହି ସମୟରେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା  । ହେଲେ ସେ ନିଜକୁ ସଙ୍ଗରୋଧ କରି ଡାକ୍ତରଙ୍କ ତତ୍ତ୍ବାବଧାନରେ ଚିକିତ୍ସିତ ହେଉଥିଲେ  । ଆଜି ତାଙ୍କ ସ୍ବାସ୍ଥ୍ୟ ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସୋନିଆ  । ଗତ କିଛି ଦିନ ମଧ୍ୟରେ ଦେଶରେ ବଢୁଥିବା ସଂକ୍ରମଣ କଂଗ୍ରେସର ଅନେକ ନେତାଙ୍କୁ ଶିକାର କରିଛି  । ଅଧ୍ୟକ୍ଷ ସୋନିଆଙ୍କ ସମେତ ସଙ୍ଗଠନ ମହାସଚିବ କେସି ଭେନୁଗୋପାଳ ଓ ପାର୍ଟି ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ  ।

ଗତ କିଛି ଦିନରୁ ସୋନିଆଙ୍କ ପିଛା ଛାଡୁନି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ନ୍ୟାଶନାଲ ହେରାଲ୍ଡ ସମ୍ବନ୍ଧିତ ଅର୍ଥ ହେରଫେର ମାମଲାରେ ଆଗାମୀ ଜୁନ ୨୩ରେ ହାଜର ହେବା ପାଇଁ ଇଡି ତାଙ୍କୁ ନୋଟିସ ପଠାଇଥିଲା  । ଏହା ପୂର୍ବରୁ ଜୁନ ୮ରେ ହାଜର ପାଇଁ ଇଡି ସମନ ପଠାଇଥିଲା  । କିନ୍ତୁ କୋରୋନା ସଂକ୍ରମଣ କାରଣରୁ ସୋନିଆ ଇଡିକୁ ନୂଆ ତାରିଖ ମାଗିଥିଲେ  ।