ହସ୍ପିଟାଲରେ ଭର୍ତ୍ତି ସୋନିଆ, କୋରୋନା ରିପୋର୍ଟ ପଜିଟିଭ
1 min readନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । କୋରୋନା ସମ୍ବନ୍ଧୀୟ ସମସ୍ୟା କାରଣରୁ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋନିଆଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ଅବଜରଭେସନରେ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ଦୁଇ ଥର କୋରୋନା ରିପୋର୍ଟ ପଜିଟିଭ ଆସିଛି । ଗତ ୧୦ ଦିନରୁ ସେ ଅସୁସ୍ଥ ଥିବା ସୂଚନା ଦେଇଛନ୍ତି କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ।
कांग्रेस अध्यक्ष, श्रीमती सोनिया गाँधी, पूर्व कांग्रेस अध्यक्ष, श्री @RahulGandhi , श्री @kcvenugopalmp व समस्त कांग्रेस के अग्रज नेताओं तथा साथियों का धन्यवाद जिनके स्नेह, समर्थन व विश्वास ने देश की संसद में पार्टी की आवाज़ बनने का मौक़ा दिया।
ज़िम्मेवारी से कर्म निभायेंगे।
— Randeep Singh Surjewala (@rssurjewala) June 10, 2022
ଗତ ଜୁନ ୨ରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ସୋନିଆ । ଏହି ସମୟରେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ହେଲେ ସେ ନିଜକୁ ସଙ୍ଗରୋଧ କରି ଡାକ୍ତରଙ୍କ ତତ୍ତ୍ବାବଧାନରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କ ସ୍ବାସ୍ଥ୍ୟ ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସୋନିଆ । ଗତ କିଛି ଦିନ ମଧ୍ୟରେ ଦେଶରେ ବଢୁଥିବା ସଂକ୍ରମଣ କଂଗ୍ରେସର ଅନେକ ନେତାଙ୍କୁ ଶିକାର କରିଛି । ଅଧ୍ୟକ୍ଷ ସୋନିଆଙ୍କ ସମେତ ସଙ୍ଗଠନ ମହାସଚିବ କେସି ଭେନୁଗୋପାଳ ଓ ପାର୍ଟି ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।
ଗତ କିଛି ଦିନରୁ ସୋନିଆଙ୍କ ପିଛା ଛାଡୁନି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ନ୍ୟାଶନାଲ ହେରାଲ୍ଡ ସମ୍ବନ୍ଧିତ ଅର୍ଥ ହେରଫେର ମାମଲାରେ ଆଗାମୀ ଜୁନ ୨୩ରେ ହାଜର ହେବା ପାଇଁ ଇଡି ତାଙ୍କୁ ନୋଟିସ ପଠାଇଥିଲା । ଏହା ପୂର୍ବରୁ ଜୁନ ୮ରେ ହାଜର ପାଇଁ ଇଡି ସମନ ପଠାଇଥିଲା । କିନ୍ତୁ କୋରୋନା ସଂକ୍ରମଣ କାରଣରୁ ସୋନିଆ ଇଡିକୁ ନୂଆ ତାରିଖ ମାଗିଥିଲେ ।