ସୋନିଆ ଗାନ୍ଧୀଙ୍କ ଘୋଷଣା: ଘର ଫେରନ୍ତା ଶ୍ରମିକଙ୍କ ଟ୍ରେନ୍ ଖର୍ଚ୍ଚ ବହନ କରିବ କଂଗ୍ରେସ
1 min readନୂଆଦିଲ୍ଲୀ: ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କ ଟ୍ରେନ୍ ଖର୍ଚ୍ଚ ବହନ କରିବ କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏନେଇ ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ରୋକିବା ଲାଗି ହୋଇଥିବା ଲକ୍ଡାଉନ୍ ପାଇଁ ଲମ୍ବା ସମୟ ଧରି ଶ୍ରମିକମାନେ ରାଜ୍ୟ ବାହାରେ ଫସି ରହିଥିଲେ। ସେମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ କେନ୍ଦ୍ର ସରକାର ଟ୍ରେନ୍ ବ୍ୟବସ୍ଥା କରିଛନ୍ତି।
कांग्रेस अध्यक्षा, श्रीमती सोनिया गांधी का बयान
भारतीय राष्ट्रीय कांग्रेस ने यह निर्णय लिया है कि प्रदेश कांग्रेस कमेटी की हर इकाई हर जरूरतमंद श्रमिक व कामगार के घर लौटने की रेल यात्रा का टिकट खर्च वहन करेगी व इस बारे जरूरी कदम उठाएगी। pic.twitter.com/DWo3VZtns0
— Congress (@INCIndia) May 4, 2020
ତେବେ ଶ୍ରମିକ ଓ ଅନ୍ୟ ପ୍ରବାସୀଙ୍କଠାରୁ ଭଡ଼ା ନିଆଯାଉଥିବା ଜଣାପଡିଛି। ଶ୍ରମିକଙ୍କଠାରୁ ଟ୍ରେନ୍ ଭଡା ଆଦାୟକୁ କଂଗ୍ରେସ ବିରୋଧ କରିଛି। ତେଣୁ ବାହାର ରାଜ୍ୟରେ ଫସିରହିଥିବା ଶ୍ରମିକଙ୍କୁ କଂଗ୍ରେସ ସାହାଯ୍ୟ କରିବ। ଟ୍ରେନ୍ରେ ଫେରୁଥିବା ଶ୍ରମିକ ଓ ଗରିବ ଲୋକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବ ପ୍ରଦେଶ କଂଗ୍ରେସ କମିଟି।
ଦେଶର ଅର୍ଥନୀତି ଓ ଅଭିବୃଦ୍ଧିର ମେରୁଦଣ୍ଡ ହେଉଛନ୍ତି ଶ୍ରମିକ। ୧୯୪୭ ମସିହା ପରେ ଭାରତରେ ପ୍ରଥମ ଥର ପାଇଁ ଶ୍ରମିକମାନେ ହଜାର ହଜାର କିଲୋମିଟର ରାସ୍ତା ଚାଲିଚାଲି ଆସୁଥିବା କଂଗ୍ରେସ କହିଛି ।