ପଞ୍ଜାବ ସହ ୫ ରାଜ୍ୟରେ ପରାଜୟ ପରେ ଚିନ୍ତାରେ ସୋନିଆ, ସିଡବ୍ଲୁସିରେ ଦେଇପାରନ୍ତି ପଦରୁ ଇସ୍ତଫା

Sonia Gandhi, Rahul And Priyanka May Give Resignation At CWC Meeting Tomorrow

ନୂଆଦିଲ୍ଲୀ: ୫ ରାଜ୍ୟରେ ନିର୍ବାଚନ ହାରିଲେ, ଏବେ ସମୀକ୍ଷା କରିବେ । ୟୁପି, ପଞ୍ଜାବ ସହ ୫ ରାଜ୍ୟରେ କାହିଁକି ହାରିଲା କଂଗ୍ରେସ ? ରବିବାର ସିଡବ୍ଲୁସି ବୈଠକରେ ସମୀକ୍ଷା ହେବ । ସୂତ୍ର ଅନୁସାର, ଏହି ସମୀକ୍ଷା ବୈଠକରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ଏମିତିରେ ସିଡବ୍ଲୁସିର ଅଧିକାଂଶ ସଦସ୍ୟ ଗାନ୍ଧୀ ପରିବାରର ଅନୁଗତ । ଦେଖିବାର କଥା ବୈଠକରେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଇସ୍ତଫା ଦେଲେ ସିଡବ୍ଲୁସି କଣ ନିଷ୍ପତ୍ତି ନେଉଛି ।

Sonia Gandhi, Rahul And Priyanka May Give Resignation At CWC Meeting Tomorrow

ୟୁପି ନିର୍ବାଚନ ପ୍ରଚାର ଦାୟିତ୍ୱ ନିଜ ହାତରେ ରଖିଥିଲେ ପ୍ରିୟଙ୍କା । ଦଳର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ପ୍ରିୟଙ୍କା ମହାସଚିବ ପଦରୁ ଇସ୍ତଫା ଦେଇ ପାରନ୍ତି । କଂଗ୍ରେସର ଶୀର୍ଷ ନୀତି ନିର୍ଦ୍ଧାରଣ ସଂସ୍ଥା ହେଉଛି ସିଡବ୍ଲୁସି । ଏହା ପୂର୍ବରୁ ମଧ୍ୟ ନିର୍ବାଚନରେ ହାରିବା ପରେ ଗାନ୍ଧୀ ପରିବାରର ସଦସ୍ଯ ଇସ୍ତଫା ପତ୍ର ଦେଇଛନ୍ତି । କିନ୍ତୁ ପ୍ରତିଥର ଅଧିକାଂଶ ସଦସ୍ୟ ଗାନ୍ଧୀ ପରିବାରକୁ ସମର୍ଥନ ଜଣାଇଛନ୍ତି । ସୂତ୍ର ଅନୁସାରେ, ଚଳିତ ବୈଠକକୁ ପ୍ରାୟ ୫୬ ଜଣ ସଦ୍ୟସଙ୍କୁ ସ୍ଥାୟୀ ଓ ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବେ ଡକା ଯାଇଛି ।

ବୈଠକରେ କିଛି ସଦସ୍ୟ ଶୀର୍ଷ ଦଳୀୟ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରି ପାରନ୍ତି । ଅନ୍ୟପଟେ ସ୍ଥିତି ପୂର୍ବ ଭଳି ନଥିବା ଗାନ୍ଧୀ ପରିବାର ମଧ୍ୟ ଜାଣି ସାରିଲାଣି । ଅସନ୍ତୁଷ୍ଟ ବରିଷ୍ଠ ନେତାଙ୍କ କହିବା କଥା ଗାନ୍ଧୀ ପରିବା ଇସ୍ତଫା ଦେଲେ କଂଗ୍ରେସ ବଡ଼ ବୋଝରୁ ମୁକ୍ତି ପାଇବ ।