ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସୋନିଆ

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସଦ୍ୟତମ ସୂଚନା ଜାରି କରିଛନ୍ତି ଦଳର ମିଡିଆ ମୁଖ୍ୟ ଜୟରାମ ରମେଶ । ସୋନିଆଙ୍କ ନାକରୁ ରକ୍ତସ୍ରାବ ହେବା ପରେ ଜୁନ୍ ୧୨ରେ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗୁରୁବାର ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ତାଙ୍କ ଶ୍ୱାସନଳୀରେ ଫଙ୍ଗଲ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା । ତେବେ ସୋନିଆଙ୍କ ଚିକିତ୍ସା ବର୍ତ୍ତମାନ ଚାଲିଛି । ତାଙ୍କର କୋଭିଡ ପରବର୍ତ୍ତୀ ଜଟିଳତା ରହିଛି । ଡାକ୍ତରମାନେ ତାଙ୍କ ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ଜୟରାମ ରମେଶ ।