spot_img

Latest Posts

ଭାବବିହ୍ବଳ ସୋନିଆ, କହିଲେ ରାଏବରେଲୀ ହାତରେ ପୁଅ ରାହୁଲଙ୍କୁ ଟେକି ଦେଇଛି

ରାଏବରେଲୀ: ଭୋଟ ପୂର୍ବରୁ ରାଏବରେଲୀବାସୀଙ୍କୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଭାବପ୍ରବଣ ଆହ୍ବାନ। ଏହି ଐତିହାସିକ ଆସନରୁ କଂଗ୍ରେସ ପ୍ରାର୍ଥୀ ରାହୁଲଙ୍କୁ ବିଜୟୀ କରିବା ଲାଗି କରିଛନ୍ତି ଅନୁରୋଧ। ରାଏବରେଲୀବାସୀଙ୍କ ହାତରେ ସେ ତାଙ୍କ ପୁଅ ରାହୁଲଙ୍କୁ ଟେକି ଦେଇଛନ୍ତି ବୋଲି କହିଛନ୍ତି ସୋନିଆ।

ଆୟୋଜିତ ସାଧାରଣ ସଭାରେ ସୋନିଆ କହିଛନ୍ତି- ତାଙ୍କ ସାରା ଜୀବନ ଏହି ଲୋକସଭା ଆସନବାସୀଙ୍କ ସେବାରେ ଉତ୍ସର୍ଗୀକୃତ ହୋଇଛି। ସବୁକିଛି ରାଏବରେଲୀବାସୀ ଦେଇଛନ୍ତି। ସେମାନଙ୍କ ସେବା ଲାଗି ସେ ତାଙ୍କ ପୁଅ ରାହୁଲଙ୍କୁ ରାଏବରେଲୀବାସୀଙ୍କ ହାତରେ ଅର୍ପଣ କରୁଛନ୍ତି। ରାହୁଲଙ୍କୁ ନିଜ ପରିବାର ସଦସ୍ଯ ଭାବେ ଗ୍ରହଣ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି।

ସେପଟେ ନିର୍ବାଚନୀ ସଭାରେ ରାହୁଲ ବିରୋଧୀଙ୍କୁ କରିଛନ୍ତି ଟାର୍ଗେଟ। ସମ୍ବିଧାନର ସୁରକ୍ଷା, ନ୍ଯାୟ ପ୍ରତିଷ୍ଠା ଲାଗି ଇଣ୍ଡିଆ ମେଣ୍ଟକୁ କ୍ଷମତାକୁ ଆଣିବା ଲାଗି ସେ ଦେଇଥିଲେ ଆହ୍ବାନ। ଏହି ସଭାରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ବି ଉଦବୋଧନ ଦେଇଥିଲେ।

Latest Posts

Don't Miss