spot_img

Latest Posts

ଦୁଷ୍କର୍ମ ମାମଲାରେ ବିଜେପି ବିଧାୟକଙ୍କୁ ୧୦ ବର୍ଷ ଜେଲ ସହିତ ୧୦ ଲକ୍ଷ ଟଙ୍କା ଜରିମାନା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୋନଭଦ୍ରରୁ ଭାରତୀୟ ଜନତା ପାର୍ଟି ବିଧାୟକ ରାମଦୁଲାର ଗୋଣ୍ଡ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଡିସେମ୍ବର ୧୨ରେ ସୋନଭଦ୍ର ଜିଲ୍ଲା ସ୍ୱତନ୍ତ୍ର ବିଚାରପତି (ସାଂସଦ-ବିଧାୟକ କୋର୍ଟ) ଏହସାନୁଲ୍ଲାହ ଖାନଙ୍କ ଅଦାଲତ ରାମଦୁଲାର ଗୋଣ୍ଡଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହିତ ବିଧାୟକଙ୍କୁ ୨୫ ବର୍ଷ ଜେଲ୍ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

ବର୍ତ୍ତମାନର ବିଜେପି ବିଧାୟକ ରାମଡୁଲାରଙ୍କ ପତ୍ନୀ ନଭେମ୍ବର ୨୦୧୪ରେ ମୟୂରପୁର ଥାନା ଅଞ୍ଚଳର ଏକ ଗାଁରୁ ମୁଖିଆ ଭାବରେ ନିର୍ବାଚିତ ହୋଇଥିଲେ। ନିର୍ବାଚନର କିଛି ଦିନ ପରେ ରାମଡୁଲାର ଗୋଣ୍ଡ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ ପରିବାର ମେୟରପୁର ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି ପ୍ରାୟ ୯ ବର୍ଷ ଧରି କୋର୍ଟରେ ଚାଲିଥିଲା।

ଡିସେମ୍ବର ୧୨ରେ ସାଂସଦ-ବିଧାୟକ କୋର୍ଟ ଦୁଷ୍କର୍ମ ମାମଲାରେ ବିଧାୟକ ରାମଡୁଲାର ଗୋଣ୍ଡଙ୍କୁ ଦୋଷୀ ଘୋଷଣା କରିବା ସହ ତାଙ୍କୁ ତୁରନ୍ତ ଜେଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ବିଜେପି ବିଧାୟକଙ୍କୁ କୋର୍ଟରୁ ଗିରଫ କରି ଜେଲକୁ ପଠାଇଛି ପୋଲିସ।

ପୀଡିତାଙ୍କ ଭାଇ ଏସମ୍ପର୍କରେ କହିଛନ୍ତି ଯେ, ଏହି ଘଟଣା ପରେ ବିଜେପି ବିଧାୟକ ରାମଡୁଲାର ଗୋଣ୍ଡ ତାଙ୍କୁ ବିଭିନ୍ନ ପ୍ରକାରର ଧମକ ଏବଂ ପ୍ରଲୋଭନ ଦେଉଥିଲେ, କିନ୍ତୁ ସେ ଧମକଚମକକୁ ନ ଡରି ଭଉଣୀକୁ ନ୍ୟାୟ ଦେବା ପାଇଁ ସଂଘର୍ଷ ଜାରି ରଖିଥିଲେ।

 

Latest Posts

Don't Miss