ସାମନାକୁ ଆସିଲା ସୋନାକ୍ଷୀ ଇକବାଲଙ୍କ ବିବାହ ତାରିଖ

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ ସିହ୍ନା ଓ ଜାହିର ଇକବାଲ  । ଦୀର୍ଘ ଦିନରୁ ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ଚଳିତ ମାସରେ ବିବାହ କରିବେ  । ସୋନାକ୍ଷୀଙ୍କ ବାପା ଶତ୍ରୁଘ୍ନ ସିହ୍ନା ଶେଷରେ ବିବାହ ପାଇଁ ସହମତି ପ୍ରକାଶ କରିଛନ୍ତି  ।

ଜୁନ ୨୩ରେ ଦୁଇ ପରିବାରଙ୍କ ଉପସ୍ଥିତିରେ ଉଭୟ ବିବାହ କରିବେ  । ବଲିଉଡରେ ଚାଲିଥିବା ଡେଷ୍ଟିନେସନ ବିବାହକୁ ଛାଡି ଦୁହେଁ ମୁମ୍ବାଇରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି  । ପରିବାର ସହ କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ଆୟୋଜନ ହେବ  ।  ବିବାହ ପରେ ଦମ୍ପତି ମୁମ୍ବାଇରେ ନିଜ ସମ୍ପର୍କୀୟଙ୍କ ପାଇଁ ରିସେପସନ ପାର୍ଟିର ଆୟୋଜନ କରିବେ  ।

ହେଲେ ସୋନାକ୍ଷୀ, ଜାହିର କି ତାଙ୍କ ପରିବାର ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ  । ଗତ ୪ ରୁ ୫ ବର୍ଷ ଧରି ଉଭୟ ଡେଟ୍‌ କରୁଥିଲେ  । ଦୁହିଁଙ୍କୁ ଏକାଠି ବଲିଉଡ ପାର୍ଟିରେ ଦେଖିବାକୁ ମିଳୁଥିବାବେଳେ ନିଜ ରିଲେସନସିପ୍‌ ବିଷୟରେ ମିଡିଆ ସାମନାରେ କେବେ ମୁହଁ ଖୋଲି ନଥିଲେ  । ବରଂ ଉଭୟ ପରସ୍ପରକୁ ଭଲ ବନ୍ଧୁ ବୋଲି ଦର୍ଶାଉଥିଲେ  । ସେପଟେ ଉଭୟଙ୍କ ବିବାହକୁ ନେଇ ଶତ୍ରୁଘ୍ନ ରାଜି ନଥିବା ଖବର ସାମନାକୁ ଆସିଥିଲା  ।

ସଲମାନଙ୍କ ଖାନଙ୍କ ନୋଟବୁକ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଜାହିର  । ସେପଟେ ଦବଙ୍ଗ ଜରିଆରେ ସୋନାଙ୍କୁ ଲଞ୍ଚ୍‌ କରିଥିଲେ ସଲମାନ  । କୁହାଯାଉଛି ଜାହିର ଓ ସୋନାକ୍ଷୀଙ୍କୁ ମିଶାଇବାରେ ସଲମାନଙ୍କ ଯୋଗଦାନ ରହିଛି  ।