ସ୍ବାମୀ ଜାହିରଙ୍କ ଏହି ଗୁଣ ପାଇଁ ଚିନ୍ତାରେ ସୋନାକ୍ଷୀ, ସୋସିଆଲ ମିଡିଆରେ କଲେ ଖୁଲାସା ..
1 min readମୁମ୍ବାଇ: ସ୍ବାମୀଙ୍କ ପାଇଁ ଚିନ୍ତାରେ ସୋନାକ୍ଷୀ । ଯେବେଠୁ ତାଙ୍କ ସହିତ ଭେଟ ହେଇଛି ସେବେଠୁ ମୋ ନିଦ ଉଡିଛି । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ସ୍ବାମୀ ଜାହିରଙ୍କୁ ନେଇ ସାେନାକ୍ଷୀ ବିରକ୍ତି ପ୍ରକାଶ କରୁଛନ୍ତି । ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ବୈବାହିକ ଜୀବନର ଖୁବ ଆନନ୍ଦ ନେଉଛନ୍ତି । ବିବାହ ପରେ ସୋନାକ୍ଷୀ ଏବଂ ଜାହିର ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଉଛନ୍ତି । ସୋନାକ୍ଷୀ ସଦାବେଳେ ଉଭୟଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି । ତେବେ ବର୍ତ୍ତମାନ ଏହି ଭିଡିଓକୁ ନେଇ ଚିନ୍ତାରେ ସେମାନଙ୍କ ପ୍ରଶଂସକ । ସୋନାକ୍ଷୀ ଭିଡିଓରେ ସ୍ବାମୀ ଜାହିରଙ୍କ କାର୍ଯ୍ୟକଳାପରେ କେତେ ବିରକ୍ତି ଅଛନ୍ତି ତାହା ଉଲ୍ଲେଖ କରିଛନ୍ତି ।
ସୋନାକ୍ଷୀ ଏବଂ ଜାହିର ଗୋଟେ ସ୍ଥାନକୁ ବୁଲିବାକୁ ଯାଇଥିଲେ। ଯେଉଁଠାରେ ସୋନାକ୍ଷୀ ବୁଲିବା ସମୟରେ ଥକି ଯାଇଥିଲେ ଯେଉଁଥିପାଇଁ କାରରେ କିଛି ସମୟ ପାଇଁ ଶୋଇପଡିଥିଲେ । ସୋନାକ୍ଷୀ ଶୋଇଥିବା ଦେଖିବା ପରେ ଜାହିର ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଯାହାକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି ।ୂଭିଡିଓରେ ସୋନାକ୍ଷୀ ଶୋଇଥିବାର ନଜର ଆସିଛନ୍ତି। ତାଙ୍କୁ ଶୋଇଥିବାର ଦେଖି ଜାହିର ବହୁ ଜୋରରେ ଚିତ୍କାର କରିଛନ୍ତି ଯାହାପରେ ସୋନାକ୍ଷୀ ହଠାତ୍ ଭୟଭୀତ ହୋଇ ଉଠିପଡିଛନ୍ତି । ସୋନାକ୍ଷୀ ଉଠିବା ପରେ ବିରକ୍ତ ହୋଇ ଜାହିରଙ୍କୁ ମାରିବା ଆରମ୍ଭ କରିଛନ୍ତି । ଏହି ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି – ‘ମୁଁ ତାଙ୍କୁ ଭେଟିବା ଦିନଠାରୁ ମୁଁ ନିଦ ହରାଇଛି।’
ସୋନାକ୍ଷୀଙ୍କ ଏହି ଭିଡିଓରେ ପ୍ରଶଂସକମାନେ ବହୁତ ମନ୍ତବ୍ୟ ଦେଉଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି- ସୋନାଙ୍କ ପ୍ରତିକ୍ରିୟା । ଅନ୍ୟଜଣେ ଲେଖିଛନ୍ତି ଭୟଭୀତ ବୋହୂ | ଲୋକମାନେ ଏହି ଭିଡିଓରେ ବହୁତ ହସୁଥିବା ଇମୋଜି ମଧ୍ୟ ପୋଷ୍ଟ କରୁଛନ୍ତି । ଜାହିର ସୋନାକ୍ଷୀଙ୍କୁ ଏହା ପ୍ରଥମ ଭିଡିଓ ନୁହେଁ ଏହା ପୂର୍ବରୁ ମଧ୍ୟ ଜାହିର ସୋନାକ୍ଷୀଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଛି। ଦୁହେଁ ଏକାଠି ବହୁତ ସୁନ୍ଦର ଦେଖାଯାନ୍ତି ଏବଂ ପ୍ରଶଂସକମାନେ ମଧ୍ୟ ଏହି ଦମ୍ପତିଙ୍କୁ ବହୁତ ପସନ୍ଦ କରନ୍ତି । ସୋନାକ୍ଷୀ ଏବଂ ଜାହିର ଚଳିତ ବର୍ଷ ବିବାହ କରିଛନ୍ତି।