ସୋସିଆଲ ମିଡିଆରେ ଏମିତି କିଛି କହି ଟ୍ୱିଟରକୁ ବିଦାୟ ଦେଲେ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା

1 min read

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ଷ୍ଟାଇଲିସ ଅନ୍ଦାଜ ପାଇଁ ଖୁବ ଜଣାଶୁଣା । ମଝିରେ ଅଭିନେତ୍ରୀ ଜଣଙ୍କ ‘ରାମାୟଣ’ ସହ ଜଡିତ ଏକ ପ୍ରଶ୍ନ ଉପରେ ଦେଇଥିବା ଉତ୍ତର ବିଷୟରେ ଅନେକ ଆଲୋଚନା ହୋଇଥିଲା । ତେବେ ସୋନୀକ୍ଷୀ ସିହ୍ନା ନିଜ ଟ୍ୱିଟର ଆକାଉଣ୍ଟକୁ ଡିଆକ୍ଟିଭେଟ କରି ଟ୍ୱିଟରକୁ ବିଦାୟ ଦେଇଛନ୍ତି । ଅଭିନେତ୍ରୀ ନିଜେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଅଭିନେତ୍ରୀ ତାଙ୍କ ପୋଷ୍ଟରେ କହିଛନ୍ତି ଯେ, ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପ୍ରଥମ ପଦକ୍ଷେପ ହେଉଛି ନକାରାତ୍ମକତାଠାରୁ ଦୂରରେ ରହିବା । ଏହା ସହ ଅଭିନେତ୍ରୀ ତାଙ୍କ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ आग लगे बस्ती में, मैं अपनी मस्ती में ।

https://www.instagram.com/p/CBp5HA5AcpP/?utm_source=ig_embed

ସୋନାକ୍ଷୀ ସିହ୍ନାଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଟ୍ୱିଟର ଆକାଉଣ୍ଟକୁ ଡିଆକ୍ଟିଭେଟ କରିବା ନେଇ ସୋନାକ୍ଷୀ ଲେଖିଛନ୍ତି, “ତୁମର ମାନସିକ ସ୍ୱାସ୍ଥ୍ୟକୁ ବଞ୍ଚାଇବାର ପ୍ରଥମ ପଦକ୍ଷେପ ହେଉଛି ନିଜକୁ ନକାରାତ୍ମକତାରୁ ଦୂରେଇ ରଖିବା। ଟ୍ୱିଟର ଆଜିକାଲି ସେପରି କିଛି ହୋଇଯାଇଛି। ସେଥିପାଇଁ ମୁଁ ମୋ ଆକାଉଣ୍ଟକୁ ଡିଆକ୍ଟିଭେଟ କରୁଛି । ବିଦାୟ, ଶାନ୍ତିରେ ରୁହ।”

ହଠାତ୍ ନିଆଯାଇଥିବା ଏହି ପଦକ୍ଷେପ ବିଷୟରେ ସୋନାକ୍ଷୀ ସିହ୍ନା କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହାଁନ୍ତି। ଏଥି ସହିତ, ସେ ତାଙ୍କ ପୋଷ୍ଟ ସେୟାର କରିବାବେଳେ ଲେଖିଛନ୍ତି ଯେ आग लगे बस्ती में, मैं अपनी मस्ती में ।

ଜଣାଇ ରଖୁଛୁ ଯେ, ସୋନାକ୍ଷୀ ସିହ୍ନାଙ୍କ ରାମାୟଣ ବିବାଦ ପରେ ତାଙ୍କୁ ଖୁବ ଟ୍ରୋଲ କରାଯାଉଥିଲା । ଏହାପରେ ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ନେପୋଟିସମ୍ କୁ ନେଇ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଇଥିଲା । ତାଙ୍କ ଚଳଚିତ୍ର ବିଷୟରେ କହିବାକୁ ଗଲେ ସୋନୀକ୍ଷୀଙ୍କୁ ଶେଷଥର ପାଇଁ ଦବଙ୍ଗ ୩ରେ ଦେଖିବାକୁ ମିଳିଥିଲା ।

 

 

Leave a Reply