ସମ୍ପତ୍ତି ପାଇଁ ସୈତାନ ସାଜିଲା ସନ୍ତାନ ; ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ପୁଅ

1 min read

ପଶ୍ଚିମବଙ୍ଗ : ସମ୍ପତ୍ତି ପାଇଁ ସୈତାନ ସାଜିଲା ସନ୍ତାନ । ମାଆର ଅବୈଧ ସମ୍ପର୍କକୁ ବିରୋଧ କରି ଓ ସମ୍ପତ୍ତି ଲୋଭରେ ସ୍ତ୍ରୀ ଓ ବନ୍ଧୁ ସହ ମିଶି ମାଆକୁ ପୁଅ କଲା ହତ୍ୟା । ମାଆକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ପୁଅ । ଘଟଣା ଘଟିଛି ପଶ୍ଚିମବଙ୍ଗ ଭୋଲେର ହାଟ ସର୍ଦ୍ଦାରପଡ଼ାରେ ।

ପୋଲିସ ପାଇଖାନା ଟାଙ୍କିରୁ ମହିଳାଙ୍କ ମୃତଦେହ ଜବତ କରିଛି । ଏହାସହ ହତ୍ୟାକାରୀ ପୁଅ ଦୀପକ, ବୋହୂ ଓ ବନ୍ଧୁଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ଗତ ୨୦ ତାରିଖରୁ ନିଖୋଜ ଥିଲେ ସରସ୍ବତୀ ରାଇକେ । ସରସ୍ବତୀଙ୍କ ସମ୍ପର୍କରେ କେହି କିଛି ଜାଣି ନଥିବା କହିବା ପରେ ତାଙ୍କ ଭାଇ ଉସ୍ତି ଥାନାରେ ଦେଇଥିଲେ ଏତଲା ।

ପୁଅ-ବୋହୂଙ୍କ ଉପରେ ସନ୍ଦେହ କରି ପଚରାଉଚରା ବେଳେ ସତ ଉଗାରିଥିଲା ପୁଅ । ମାଆର ଅବୈଧ ସମ୍ପର୍କକୁ ବିରୋଧ କରି ଓ ସମ୍ପତ୍ତି ପାଇଁ ହତ୍ୟା କରିଥିବା ପୋଲିସ ଆଗରେ ପୁଅ ସ୍ବୀକାର କରିଛି ।