ନିର୍ଦ୍ଦୟ ପୁଅ: ଦୃଷ୍ଟି ବାଧିତ ମାଆକୁ ନିର୍ଜନ ସ୍ଥାନରେ ଛାଡ଼ି ଚାଲିଗଲା

ଭଞ୍ଜନଗର: ନିର୍ଦ୍ଦୟ ପୁଅର ହତଭାଗା ମାଆ । ପୁଅ ଜନ୍ମ କରି ନିଜକୁ କେତେ ଭାଗ୍ୟବାନ ମଣିଥିଲା । ଆଶା କରିଥିଲା ପରିଣତ ବୟସରେ ପୁଅ ସାହା ହେବ । ପୁଅ ବଡ଼ ହେଲେ ମାଆର ଦୁଃଖ ଦୂର ହେବ । କିନ୍ତୁ ସବୁ ଆଶା ଆଶାରେ ରହିଗଲା । ପରିଣତ ବୟସରେ ଦୃଷ୍ଟି ବାଧିତ ମାଆକୁ ପର କରିଦେଲେ । ନିର୍ଜନ ସ୍ଥାନରେ ଛାଡ଼ି ଚାଲିଗଲା ନିର୍ଦ୍ଦୟ ପୁଅ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଘର ଚଳାଇବାକୁ ସମର୍ଥ ନଥିବାରୁ ପୁଅ ଏଭଳି କରିଥିବା ଜଣାପଡ଼ିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ସହ ବୁଢ଼ୀ ମାଆକୁ ଉଦ୍ଧାର କରିଛି । ପରେ ୨ ପୁଅକୁ ଡକାଇ ପଚାରାଉଚରା କରୁଛି ପୋଲିସ । ପୁଅ ଦୁଇ ଜଣ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳର ବୋଲି ଜଣାପଡ଼ୁଛି । ସେମାନେ କିଭଳି ଓ କେଉଁ କାରଣରୁ ମାଆକୁ ନେଇ ଭଞ୍ଜନଗରେ ଛଡ଼ିଲେ ପଚରାଉଚରା କରୁଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ମୋ ବାପାଙ୍କୁ ବଞ୍ଚାଇଦିଅ, ଗୋଟିଏ ପୁଅର ଆକୁଳ ନିବେଦନ

Leave a Reply