ନିଶାସକ୍ତ ଅବସ୍ଥାରେ ବାପାକୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ
ସୋର: କଟୁରିରେ ବାପାକୁ ହାଣିଲା ପୁଅ । ନିଶାଶକ୍ତ ଅବସ୍ଥାରେ ବାପାକୁ ପୁଅ ବୀଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତର ପାଇକପଡା ଗାଁରେ ଏପରି ଏକ ଅଭାବନୀୟ ଘଟଣାଘଟିଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ସେହି ଗାଁର ୩୮ ବର୍ଷୀୟ ପୁଅ ଶ୍ରୀକାନ୍ତ ନାୟକ ତାଙ୍କ ବାପା ଅନାମ ନାୟକଙ୍କୁ କଟୁରିରେ ହାଣି ହତ୍ୟା କରିଥିଲେ । ଏନେଇ ଗ୍ରାମବାସୀ ଜାଣିବା ପରେ ଅଭିଯୁକ୍ତ ପୁଅକୁ ଅଟକ ରଖିବା ସହ ତାର ଗୋଡ ହାତକୁ ବାନ୍ଧି ଦେଇଥିଲେ । ପରେ ପୋଲିସ କୁ ଖବର ଦେଇଥିଲେ ଗ୍ରାମବାସୀ ।
ଗ୍ରାମବାସୀଙ୍କ ଅନୁସାରେ ଶ୍ରୀକାନ୍ତ ଅଧିକାଂଶ ସମୟରେ ନିଶାଶକ୍ତ ଅବସ୍ଥାରେ ରହୁଥିଲା । ନିଶା ପାଇଁ ସେ ସବୁବେଳେ ଘର ଝଗଡା କରୁଥିଲା । ଶ୍ରୀକାନ୍ତକୁ ନେଇ ତା’ ପରିବାରରେ ଅସନ୍ତୋଷ ରହିଥିଲା ।