spot_img

Latest Posts

ଲକଡାଉନରେ ସାଜିଲେ ଘର ଜ୍ୱାଇଁ; ଶାଳୀକୁ ନେଇ ହେଲେ ଫେରାର

ଭୋପାଳ: କରୋନା ଜନିତ ଲକଡାଉନ ଯୋଗୁଁ ଲୋକମାନଙ୍କର ଜୀବନ ଏକପ୍ରକାର ପ୍ରଭାବିତ ହୋଇଛି । ଏମିତିକି ଏହି ସମୟ ମଧ୍ୟରେ ଜନସାଧାରଣ ମାନେ ନିଜ ଘର ପରିବାର ସହ ଅଧିକ ସମୟ ବିତାଇବାକୁ ପାଇଛନ୍ତି ।

ହେଲେ ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି. ଯାହାକୁ ଶୁଣିଲେ ଯେକେହିବି ଚକିତ ହୋଇପଡିବେ।

ଲକଡାଉନରେ ଜୀବନଜୀବିକା ଏକପ୍ରକାର ଠପ୍ ହୋଇଯାଇଥିଲା ବେଳେ ଜଣେ ବ୍ୟକ୍ତି ନାଟେରାନର ପାମାରିଆ ଗ୍ରାମରେ ଘର ଜ୍ୱାଇଁ ହୋଇ ଶ୍ବଶୂର ଘରେ ରହିଆସୁଥିଲେ। ଏହି ରହଣୀ କାଳରେ ୧୭ ବର୍ଷୀୟ ଶାଳୀ ସହ ତା’ର ପ୍ରେମ ସମ୍ପର୍କ ଗଢିଉଠିଥିଲା ।

ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ଦେଖି ସ୍ତ୍ରୀ ଓ ଶାଶୂ ସନ୍ଦେହ କରିଥିଲେ କିନ୍ତୁ ଜ୍ୱାଇଁ ତାକୁ ସାନ ଭଉଣୀ ପରି ଦେଖିଥିବା କହି ଚୁପ୍ କରାଇ ଦେଇଥିଲା।

ଅପରପକ୍ଷରେ ଜ୍ବାଇଁ ଗତ ୭ ଦିନ ପୂର୍ବରୁ ଶାଳୀକୁ ଧରି କେଉଁଆଡେ ଫେରାର ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା।

ସୂଚନା ଅନୁଯାୟୀ, ପାମରିଆ ଗାଁର ବାସିନ୍ଦା ରିଙ୍କି ପ୍ରାୟ ୫ ବର୍ଷ ପୂର୍ବେ ଭୋପାଳର ଗୖୋତମ ନଗରର ବୃଜେଶ ଅହିରୱାରଙ୍କୁ ବିବାହ କରିଥିଲେ। ରିଙ୍କି ଏବଂ ବ୍ରିଜେଶଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି । ଲକଡାଉନ୍ ଯୋଗୁଁ କାମଦାମ ବନ୍ଦ ହେତୁ ରିଙ୍କି ସ୍ବାମୀ ଓ ପିଲାମାନଙ୍କୁ ଧରି ବାପଘରକୁ ଯାଇଥିଲେ ।

ବ୍ରିଜେଶ ଏକ ଲୋଡିଂ ଗାଡି ଚଳାଉଥିଲା ବେଳେ ମେ ଓ ଜୁନ୍ ମାସ ତାଙ୍କ ଘରେ ରହିଥିଲା ବୋଲି କୁହନ୍ତି ରିଙ୍କିଙ୍କ ମାଆ । ଜୁଲାଇରେ ସେ ରିଙ୍କିଙ୍କୁ ନେଇ ନିଜ ଘରକୁ ପଳାଇଥିଲା ବେଳେ ସେଠାରେ ତାକୁ ମାଡପିଟ କରିବା ସହ ଛାଡି ଦେବ ବୋଲି ଧମକ ମଧ୍ୟ ଦେଉଥିଲା ।

ଯାହା ପରେ ଝିଅ ବାପ ଘରକୁ ପଳାଇ ଆସିଥିଲା । ତାକୁ ନେବା ପାଇଁ ଜ୍ବାଇଁ ଘରକୁ ଆସିଥିଲା ବେଳେ ଶାଳୀକୁ ବାଇକରେ ଧରି କେଉଁଆଡେ ପଳାଇଯାଇଥିଲା । ଅନ୍ୟପକ୍ଷରେ ରିଙ୍କିଙ୍କ ମା କହିଛନ୍ତି ଯେ ଆମେ ତାଙ୍କୁ ପୁଅ ଭଳି ବ୍ୟବହାର କରିଥିଲୁ, ହେଲେ ସେ ଆମ ଘର ନଷ୍ଟ କରିଦେଲା।

Latest Posts

Don't Miss