ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ

Son In Law Arrested For Stolen From Farther In Law House

ଭୁବନେଶ୍ୱର: ରାଜଧାନୀରେ ଲୁଟେରା ଜ୍ବାଇଁ । ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ । ଲୁଟେରା ଜ୍ବାଇଁ ଶେଖ ସାଜିଦକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ମିଛରେ ଦୁବାଇରେ ଥିବା କହି ଶ୍ବଶୁର ଘର କଳା କନା ବୁଲାଇଥିଲା । ଅଭିଯୁକ୍ତ ଠାରୁ ୧୦ ଲକ୍ଷ ଟଙ୍କାର ସୁନା ଓ ୬ ଲକ୍ଷ ଟଙ୍କାର ବାଇକ୍ ଜବତ କରିଛି ପୋଲିସ । ଯୁବକ ଜଣଙ୍କ ଘର ହେଉଛି ଯାଜପୁର ମଙ୍ଗଳପୁର ଥାନା କସପ ଗାଁରେ । ପୂର୍ବରୁ ଶେଖ୍ ସାଜିଦି ବିବାହ କରିଥିଲେ । ଏ କଥା ଲୁଚାଇ ପୁଣି ଆଇଗିଣିଆ ଅଞ୍ଚଳର କିଶୋର ଚନ୍ଦ୍ର ପ୍ରଧାନଙ୍କ ଝିଅକୁ ଦୁବାଇରେ ଏକ ବଡ଼ କମ୍ପାନୀରେ କାମ କରୁଥିବା କହି ବିବାହ କରିଥିଲା ।

Son In Law Arrested For Stolen From Farther In Law House

କେହି ନଥିବା ବେଳେ ଶ୍ୱଶୁର ଘରୁ ସୁନା ଗହଣା ସହ ଦାମିକା ବାଇକ୍ ଚୋରି କରି ଫେରାର ହୋଇ ଯାଇଥିଲା ଶେଖ୍ । ଏ ସମ୍ପର୍କରେ ଉଭୟ ଶ୍ୱଶୁର ଓ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ଭରତପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଚୋରି ହୋଇଥିବା ବାଇକ, ସୁନା ଗହଣା, ପାସପୋର୍ଟ, ଆଧାର କାର୍ଡ, ମୋବାଇଲ ଜବତ କରିଛି ପୋଲିସ ।

Leave a Reply