ଏମିତି ଘଟଣା ନା କେବେ ଦେଖିଥିବେ ନା ଶୁଣିଥିବେ….

ଦିଗପହଣ୍ଡି: ମା’ ଯିବାର ନଅ ଦିନ ହେଇଛି । ମା’ ଯିବାଠୁ ପୁଅ ମା’କୁ ଝୁରି ଝୁରି କାଠ ହେଇଯାଇଥିଲା । ଆଉ ଦଶାହ ବେଳେ ଆରପାରିରୁ ବୋଧେ ଡାକିଲା ମାଆ…. । ଆଉ ମା’ ଡାକୁ ଡାକୁ ପୁଅ ବି ଚାଲିଗଲା…… । ଏଭଳି ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡିରେ ।

ଡେଙ୍ଗାଡ଼ି ଗାଁର ଜଣେ ମହିଳାଙ୍କର ଗତ ୧୬ ତାରିଖରେ  ବୟସାଧିକ କାରଣରୁ ମା’ର ମୃତ୍ୟୁ ହୋଇଥିଲା । ଆଉ ଆଜି ଦଶାହ ପାଇଁ ଚାଲିଥିଲା ପ୍ରସ୍ତୁତି । ସକାଳ ୪ଟାରେ ମା’ର ସଦ୍‌ଗତି ପାଇଁ ପୁଅ ପ୍ରଶାନ୍ତ ଜୁଳି ଜୁଳିଆ ହାଣ୍ଡି ଧରି ଗାଁ ମୁଣ୍ଡକୁ ଯାଇଥିଲେ । ସେଠାରୁ ଘରକୁ ଆସିଲା ପରେ ହଠାତ୍‌ ଅଚେତ ହୋଇ ପଡ଼ିଯାଇଥିଲେ । ସାହି ପଡ଼ିଶାଙ୍କ ସହାୟତାରେ ତାଙ୍କୁ ନିକଟସ୍ଥ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆାଯାଇଥିଲା । ହେଲେ ସେତେବେଳକୁ ଉଡ଼ିଯାଇଥିଲା ପ୍ରଶାନ୍ତଙ୍କ ପ୍ରାଣବାୟୁ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ପ୍ରଶାନ୍ତ ନେହୁରୁ ବିଦ୍ୟା ପୀଠରେ କିରାଣୀଭାବେ ଚାକିରି କରୁଥିଲେ । ଖବର ପାଇ ଶେଷ ଦର୍ଶନ ପାଇଁ ସ୍କୁଲ ଛାତ୍ରଛାତ୍ର ଅନ୍ୟ ଆତ୍ମୀୟଙ୍କ ଭିଡ଼ ଜମିଥିଲା । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ମା’କୁ ଝୁରି ଝୁରି ପୁଅ ଚାଲିଗଲା ବୋଲି ଲୋକେ କହୁଛନ୍ତି ।

Leave a Reply