ମୋବାଇଲ ନଦେବାରୁ ଆତ୍ମହତ୍ୟା କଲେ ୧୩ ବର୍ଷର ଛାତ୍ର

ଭୁବନେଶ୍ୱର: ବେଗୁନିଆ ଥାନା ଗଡ଼ ମାଣୀତ୍ରୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ୧୩ ବର୍ଷର ବାଳକକୁ ମାଆ ମୋବାଇଲ୍ ଫୋନ୍ ନଦେବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛି ।
ସୂଚନା ଅନୁଯାୟୀ କରୋନା ମହାମାରୀ ସମୟରେ ଏବେ ସରକାର ଅନଲାଇନରେ ଶିକ୍ଷାଦାନ କରୁଛନ୍ତି । ଯେଉଁଥିପାଇଁ ଛାତ୍ରଛାତ୍ରୀ ମାନେ ଏବେ ମୋବାଇଲରେ ପାଠପଢା କରୁଛନ୍ତି । ହେଲେ ଦୈନଦିନ କାର୍ଯ୍ୟ ଆଦିକୁ ଭୁଲି ମୋବାଇଲ ଖେଳରେ ମସଗୁଲ ରହୁଛନ୍ତି ଛାତ୍ରଛାତ୍ରୀ ଓ ଯୁବପିଢି।
ଫଳରେ ପିତାମାତା ପିଲାଙ୍କ ପାଇଁ ଧାରକରଜ କରି ମୋବାଇଲ କିଣିଦେଉଛନ୍ତି । ପିଲାମାନେ ପାଠପଢା ପରେ ମୋବାଇଲରେ ବିଭିନ୍ନ ପ୍ରକାର ଖେଳ ଖଳୁଛନ୍ତି । ଯେଉଁଥିପାଇଁ ଅଭିଭାବକ ସେମାନଙ୍କୁ ଆକଟ ମଧ୍ୟ କରୁଛନ୍ତି । ହେଲେ ବେଳେବେଳେ ପିଲାମାନେ ଆତ୍ମହତ୍ୟା ଭଳି ରାସ୍ତାକୁ ଆପଣେଇବାକୁ ବି ପଛାଉ ନାହାଁନ୍ତି ।
ଅକ୍ଷୟ ସୁବୁଦ୍ଧିଙ୍କ ପୁଅ ଅଶୋକ ସୁବୁଦ୍ଧ (୧୩) ଗାଁ ସ୍କୁଲର ୯ମ ଶ୍ରେଣୀର ଛାତ୍ରରେ ପଢନ୍ତି।
ସୂଚନା ମୁତାବକ ଗତ ଶନିବାର ଅପରାହ୍ନ ସମୟରେ ଅଶୋକ ମୋବାଇଲରେ ଖେଳୁଥିବା ବେଳେ ମାଆ ତାଙ୍କୁ ବାରଣ କରିବା ସହ ବାପାଙ୍କୁ ଫୋନ କରିବାକୁ ମୋବାଇଲ ମାଗିଥିଲେ । ହେଲେ ଅଶୋକ କିଛି ନ ଶୁଣି ଖେଳି ଚାଲିଥିଲେ । ମାଆ ଅଶୋକଠାରୁ ମୋବାଇଲ ଛଡାଇ ନେଇ ଗାଳିମନ୍ଦ କରିବା ପରେ ଅଶୋକ ପାଇଖାନା ଘରେ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ତେବେ ଖବର ପାଇ ବେଗୁନିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।