କୋବି ଚୋରି ସନ୍ଦେହରେ ମାଆକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଲା ପୁଅ

କେନ୍ଦୁଝର: ଜନ୍ମକଲା ମାଆ ଉପରେ ସଇତାନ ପୁଅର ଅତ୍ୟାଚାର । ସ୍ତ୍ରୀ ସହ ମିଶି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଜନ୍ମ କଲା ମାଆକୁ ନିସ୍ତୁକ ପିଟିଲା । ଏପରିକି ଡାକ୍ତରଖାନାରେ ପଶି ବୃଦ୍ଧାଙ୍କୁ ବୋହୂ ମାଡ଼ ମାରିଥିବା ଅଭିଯୋଗ । ତାହା ପୁଣି ଏକ କୋବ ଚୋରି ସନ୍ଦେହରେ ।

ସୂଚନାଯୋଗ୍ୟ, । କେନ୍ଦୁଝର ଜିଲ୍ଲା ଚମ୍ପୁଆ ସରାସପଶି ଗାଁର ଶତ୍ରୁଘ୍ନଙ୍କ ବାଡିରୁ ଏକ କୋବି କିଏ କାଟି ନେଇଥିଲା । ତେବେ ମାଆ କୋବି ଚୋରି କରିଥିବା ଶତ୍ରୁଘ୍ନ ଏବଂ ତାଙ୍କ ପତ୍ନୀ ସନ୍ଦେହ କରିଥିଲେ । ଏହାକୁ ନେଉ ଉଭୟ ମାଆକୁ ନିସ୍ତୁକ ମାଡ଼ ମାରିଥିଲେ । କଥା ସେତିକିରେ ସରି ନଥିଲା । ଘର ବାହାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପୁଣି ମାଡ଼ ମାରିଥିଲେ ।

ଗାଁ ଲୋକ ଏହାକୁ ବିରୋଧ କରିବା ସହ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ । ପୁଅବୋହୂ ମାଆକୁ ମାଡ଼ ମାରିବା ଘଟଣାର ଏକ ଫଟୋ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି ।

ଗତ ବୁଧବାର ଘଟଣା ଘଟିଥିବା ବେଳେ ଦୁଇଦିନ ଧରି ପୁଅବୋହୂ ମାଆକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ମେଡିକାଲରେ ବୃଦ୍ଧା ଭର୍ତ୍ତି ହେବା ପରେ ବି ସେଠାରେ ବୋହୂ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି ।