ପିଟିଦେଲା ପିକଅପ୍: ବିବାହରେ ଯୋଗଦେବାକୁ ଯାଇଥିଲେ, ଆଉ ଫେରିଲେନି…
1 min read
ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ମଟର ସାଇକେଲରେକୁ ଧକ୍କା ଦେଲା ପିକଅପ୍ ଭ୍ୟାନ । ଘଟଣା ସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ । ମା-ଝିଅ ଗୁରୁତର ଅବସ୍ଥାରେ ବ୍ରହ୍ମପୁର mkcg ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଜଣକ ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର ବାବୁଲା ସାହୁ ଓ ତାଙ୍କ 8 ବର୍ଷର ପୁଅ ଘଟଣା ସ୍ଥଳରେ ମୃତ୍ୟୁ ବାରଣ କରିଥିବା ଜଣାପଡିଛି ।
ସୂଚନା ମୁତାବକ ମୃତ ବାବୁଲା ସାହୁ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ । ଫେରିବା ବେଳ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି । ସେପଟେ ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ପିକଅପ ଗାଡ଼ି ଡ୍ରାଇଭରକୁ ଘଟଣା ସ୍ଥଳରୁ ଉଦ୍ଧାର କରିବା ଯୋଗୁଁ ଉତ୍ୟକ୍ତ ଲୋକେ ପୋଲିସ ଗାଡ଼ିକୁ ଅଟକାଇ ଥିଲେ ।
ଫଳରେ ବେଶ୍ କିଛି ସମୟ ପୋଲିସ ଓ ଲୋକଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇ ଥିଲା। ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ଘଟିବା ପରେ ଏଯାଏଁ ବାପା ପୁଅଙ୍କ ମୃତ ଦେହ ଦୁର୍ଘଟଣା ସ୍ଥଳରେ ପଡ଼ିରହିଛି । ମୃତକ ପରିବାରକୁ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।