ପର କଲା ପୁଅ: ଖୋଲା ଆକାଶ ତଳେ ରାତି କାଟିଲେ ବାପାମାଆ

1 min read

ହେ ପ୍ରଭୁ ତୁମ କରୁଣା ହେଉ । ଆମ ସ୍ୱାମୀ- ସ୍ତ୍ରୀଙ୍କୁ ଗୋଟେ ପୁଅ ଦିଅନ୍ତ ନି ? ବାର୍ଦ୍ଧକ୍ୟ ସମୟରେ ସେ ଆମର ଅନ୍ଧର ଲଉଡ଼ି ହୁଅନ୍ତା, ମଲା ପରେ ମୁହଁରେ ନିଆଁ ଟିକେ ଦିଅନ୍ତା ।….ଆଉ ଏ ଆଶା ପୂରଣ ପାଇଁ ଠାକୁରଙ୍କ ପାଖରେ କାହିଁ କେତେ ମାନସିକ କାହିଁ କେତେ ତପସ୍ୟା । କାରଣ ଶେଷ ସମୟରେ ପୁଅଟି ତା’ ବାପା-ମାଆଙ୍କ ମୁହଁରେ ନିଆଁ ଦେବ । ଏମିତି କେତେ ଆଶା ବାପାମାଆଙ୍କ ମନରେ ଥାଏ ।

କିନ୍ତୁ ସବୁ ଆଶା ପାଣି ଫୋଟକା ପରି ମିଳେଇ ଯାଏ, ଯେତେବେଳେ ପୁଅବଡ଼ ହୁଏ । ସେତେବେଳେ ବାପାମାଆଙ୍କର ସବୁ କଷ୍ଟକୁ ସେ ଭୁଲିଯାଏ । ମାଆ ପାଖରେ ଥିବା ତା’ ସବୁ ଅଳି ଆଉ ବାପା ଦେଇଥିବା ତାଙ୍କ ସମସ୍ତ ପୁଞ୍ଜି, ସବୁକିଛି ସେ ଅତି ସହଜରେ ଭୁଲିଯାଏ । ସାମାନ୍ୟ ଜମିବାଡ଼ି ପାଇଁ ବାପାମାଆଙ୍କୁ ରାସ୍ତା ଉପରେ ଛାଡ଼ିବାକୁ ପ୍ରସ୍ତୁତ ହୋଇଯାଏ ପୁଅ । କେବେ ତା’ ମୁଣ୍ଡରେ ଛାତଟିଏ ପାଇଁ ଅନବରତ ପରିଶ୍ରମ କରୁଥିବା ବାପାକୁ ରାସ୍ତା ଉପରକୁ ଠେଲିବାକୁ ପଛାଏ ନାହିଁ ପୁଅ । ଏମତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଡେଙ୍ଗାଉସ୍ତା ଶ୍ରୀରାମନଗର ଗାଁରେ ।

ଶୀତୁଆ ରାତିରେ ବାର୍ଦ୍ଧକ୍ୟର ଅତି ନିକଟତର ବାପାମାଆଙ୍କୁ ଘରୁ ବାହାର କରିଦେଇଛି ପୁଅ । ଶୀତୁଆ ରାତିର କାକରରେ ଭିଜି ସେମିତି ରାସ୍ତା ଉପରେ ଗୋଡ଼ ଭାଙ୍ଗି ବସିଛନ୍ତି ବାପା ମା’ ।

ତିନି ପୁଅ ଦୁଇ ଝିଅ ଥିବାବେଳେ ବଡ଼ ପୁଅବୋହୂ ଘରେ ପୂରାଉ ନଥିବା ଦେଖିବାକୁ ମିଳିଛି । ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା ଓ ଆଇନ ରହିଛି, ଏଠାରେ ତା’ର କାର୍ଯ୍ୟକାରିତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ତୁରନ୍ତ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି ହେଉଛି । ')}

Leave a Reply