ଲକ୍‌ଡାଉନ୍‌ କଟକଣା ସତ୍ତ୍ୱେ ଗଡ଼ିବ ବସ୍: ଖୋଲିପାରିବ ଶିଳ୍ପାନୁଷ୍ଠାନ

1 min read

ନୂଆଦିଲ୍ଲୀ: ଲକ୍‌ଡାଉନ୍ ଅବଧି ପୁଣି ବଢ଼ାଇଛନ୍ତି କେନ୍ଦ୍ରସରକାର । ତେବେ ଗ୍ରୀନ୍‌ ଜୋନ୍‌ରେ ବଡ଼ ଧରଣର କଟକଣା କୋହଳ ହୋଇଛି । ସଦ୍ୟ ପ୍ରାପ୍ତ ତଥ୍ୟ ଅନୁଯାୟୀ ୩୦୭ ଟି ଜିଲ୍ଲକୁ ଗ୍ରୀନ ଜୋନ୍ ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର । ଏହି ଅଞ୍ଚଳ ଯାତାୟତ କରିପାରିବ ବସ୍  ।

କିନ୍ତୁ ୫୦% ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବ ବସ୍ । ଯଦି କୌଣସି ବସ୍‌ରେ ୫୦ଟି ସିଟ୍ ରହିଛି ତେବେ ସେଥିରେ ମାତ୍ର ୨୫ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବ ବସ୍‌  । ସିନେମା ହଲ୍, ମଲ୍‌, ଜିମ୍‌ ସ୍ପୋର୍ଶ କମ୍ଳେକ୍ସ ବନ୍ଦ ରହିବ  ।

ଅପରପକ୍ଷରେ ଅରେଞ୍ଜ ଜୋନ୍‌ରେ ବସ୍ ଚଳାଚଳକୁ ଅନୁମତି ଦିଆଯାଇନାହିଁ । କିନ୍ତୁ ଟ୍ୟାକ୍ସି ଚଳାଚଳ କରିପାରିବ । ଟ୍ୟାକ୍ସ ଚାଳକଙ୍କ ସମେତ ମୋଟ ୨ ଜଣ ଯାତ୍ରା ଯାତାୟତ କରିପାରିବେ । ଅରେଞ୍ଜ ଜୋନ୍‌ରେ ଶିଳ୍ପାନୁଷ୍ଠାନ ଗୁଡ଼ିକ କାର୍ଯ୍ୟ କରିପାରିବ  ।

ଦେଶରେ ମୋଟ ୭୩୯ଟି ଜିଲ୍ଲା ରହିଛି । ଏଥିମଧ୍ୟରୁ ୩୦୭ ଜିଲ୍ଲାକୁ ଏଯାଏଁ କରୋନା ଛୁଇଁ ପାରିନି । ଯାହା ଗ୍ରୀନ୍ ଜୋନ୍ ଅନ୍ତର୍ଭୁକ୍ତ । ଏହି ଜିଲ୍ଲା ଗୁଡ଼ିକରେ ଫ୍ୟାକ୍ଟ୍ରି, ଛୋଟ ଛୋଟ ଦୋକାନ ସମେତ ଟ୍ରାନ୍ସପୋର୍ଟ ଏବଂ ଅନ୍ୟ ସେବାକୁ ସର୍ତ୍ତମୂଳକ ଖୋଲିବାକୁ ଅନୁମତି ଦିଆଯାଇଛି ।

ଯେଉଁ ଜିଲ୍ଳାଗୁଡ଼ିକରେ ଗତ ୨୧ ଦିନ ମଧ୍ୟରେ ଗୋଟିଏ ବି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି ସେହି ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଅନ୍ତର୍ଭୁକ୍ତ କରାଯାଇଛି । ପୂର୍ବରୁ ଏହି ଅବଧି ୨୮ ଦିନର ରହିଥିଲା ।

ଗ୍ରୀନ ଓ ଅରେଂଜ୍ ଜୋନରେ ଇ-କମର୍ସକୁ ରିହାତି ମିଳିଛି ।ଏହି ଜୋନରେ ଏବେ ଅନଲାଇନ୍ ସପିଂ ମାଧ୍ୟମରେ ଅଣ ଜରୁରୀ ସାମଗ୍ରୀ ମଧ୍ୟ ବିତରଣ ହୋଇପାରିବ ।

Leave a Reply