spot_img

Latest Posts

କାଳିଆ ପାଇଁ ତିନିଦିନ ଧରି ଚାଲୁଛନ୍ତି ବୃଦ୍ଧ-ବୃଦ୍ଧା..

ଗଞ୍ଜାମ: ସୁଦୂର ଗଞ୍ଜାମ ହୁମା ଅଞ୍ଚଳରୁ ଚାଲିଚାଲି ଆସୁଛନ୍ତି। ତିନିଦିନରୁ ଅଧିକ ଚାଲିଚାଲି ଆସିଲେଣି। ଲକ୍ଷ୍ଯ ପରମେଶ୍ଵରଙ୍କ ଯାତ୍ରାରେ ଭାଗନେବେ। ଠାକୁରଙ୍କୁ ବାହୁଡା ଯାତ୍ରାରେ ଫେରାଇ ଆଣିବେ ଶ୍ରୀମନ୍ଦିରକୁ। ସତୁରି ବର୍ଷ ବୟସର ବୃଦ୍ଧ ବୃଦ୍ଧା ଅଛନ୍ତି। କୁହନ୍ତି କାଳିଆ ଠାକୁର ତାଙ୍କୁ ହାତଧରି ଟାଣି ଆଣନ୍ତି। ଯାହଙ୍କ ଦୁଇ ତିନି କିଲୋମିଟର ଚାଲିବା ସମ୍ଭବ ନଥିଲା, ସେ ଶତାଧିକ କିଲୋମିଟର ଚାଲିଚାଲି ଆସିଲେ କିପରି ? ସବୁ କାଳିଆର ଲୀଳା। ଠାକୁରଙ୍କ ସେବା ସାନିଧ୍ୟ ପାଇଲେ ଯାହା ପୁଣ୍ଯ ମିଳେ ତାଠାରୁ ଅଧିକ ପୁଣ୍ଯ ମିଳେ ଠାକୁରଙ୍କ ଶ୍ରଦ୍ଧାଳୁଙ୍କୁ ସହଯୋଗ ସେବା ପ୍ରଦାନ କଲେ। ।

ଏମାନେ ତ ଭଗବାନଙ୍କ ଲୋକ। ସହସ୍ର ସହସ୍ର ସଂଖ୍ଯାରେ ଯାଉଛନ୍ତି ଶ୍ରୀକ୍ଷେତ୍ର ଅଭିମୁଖେ। ଆଗଭଳି ଏବେ ପଥପାର୍ଶରେ ସମସ୍ତ ସୁବିଧା ଉପଲବ୍ଧ ନାହିଁ। ପଥପାର୍ଶ୍ବରେ ବିଶ୍ରାମ କରିବାପାଇଁ ଖୋଲାସ୍ଥାନ ଆଉ ନାହଁ। ସ୍ନାନ ପରିମଳ ପାଇଁ ପଥପାର୍ଶ୍ବରେ ଥିବା ଜଳାଶୟ ,ଖୋଲା ପଡିଆ ଦେଖିବାକୁ ମିଳୁନି। ରାସ୍ତାର ଧାରରେ ପାନୀୟଜଳ ଉତ୍ସ ଅଚଳ ଅବା ନାହିଁ କହିଲେ ଚଳେ। ପ୍ରଦୁଷିତ ପରିବେଶ ଯେଉଁଠି ରାତ୍ର ବିଶ୍ରାମ କଲେ ମଶା,ମାଛିଙ୍କ ଉପଦ୍ରବ।

ସବୁ ପ୍ରତିବନ୍ଧକକୁ କାଟି ଚାଲିଛନ୍ତି ଶ୍ରୀକ୍ଷେତ୍ର ଅଭିମୁଖେ ପରମେଶ୍ଵରଙ୍କ ଦର୍ଶନ ଯାତରେ ସାମିଲ ହେବା ପାଇଁ। ଶତଶତ ପ୍ରଣାମ ଏହି ଭକ୍ତମାନଙ୍କୁ।
ପଥରେ ଗଲାବେଳେ ଏହି ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧାଳୁଙ୍କ ଯେପରି କିଛି ଅସୁବିଧା ନହୁଏ ସେଥିପାଇଁ ଧ୍ଯାନ ଦେବାକୁ ଅନୁରୋଧ। ସହଯୋଗ ସହାୟତାର ହାତ ବଢାଇଲେ ଖୁସିର କଥା।

Latest Posts

Don't Miss