କ୍ୟାପିଟାଲ ମେଡିକାଲ ପଛପଟେ ଆତଙ୍କରାଜ, ଘରେ ପଶି ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଭୁବନେଶ୍ୱର କ୍ୟାପିଟାଲ ମେଡିକାଲ ପଛପଟ ତାରିଣୀ ବସ୍ତିରେ ତମୁଳକାଣ୍ଡ । ମେଡିକାଲ ଆଶା କର୍ମୀ ରଞ୍ଜୁ ନାୟକ ଓ ତାଙ୍କ ଭାଇ ମନୋ ରଞ୍ଜନ ନାୟକକୁ ହାଣିଲେ ଦୁର୍ବୁତ । ମେଡ଼ିକାଲ ପଛପଟେ ଏଭଳି ନାରକୀୟ ଘଟଣା ଘଟାଇଛନ୍ତି ଦୁର୍ବୃତ୍ତ  । ସେପଟେ ଗୁରୁତର ଭାବେ ଦୁହିଁଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଛି ।

ଏହି ଘଟଣାରେ ସାହିଲ ମଣ୍ଟୁ ଓ ସୂର୍ଯ୍ୟ ସାମିଲ ଥିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସାହିଲ ଓ ତାର ସାଙ୍ଗ ମାନେ କ୍ୟାପିଟାଲ ମେଡିକାଲରୁ ଲୁହା ରଡ଼ ଚୋରି କରୁଥିଲେ । ଏନେଇ ମନୋରଞ୍ଜନ ବାରଣ କରିବାରୁ ରାଗ ରଖି ଦୁର୍ବୃତମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଆହତଙ୍କ ମା’ । ଘଟଣାରେ ସମୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ତିନି ଜଣ ଫେରାର ରହିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ସୁଶାନ୍ତ ନାୟକ ବୋଲି ସୂଚନା ଦେଇଛି ପୋଲିସ ।

Leave a Reply