ଉପନିର୍ବାଚନ ପୂର୍ବରୁ ବିଜେଡି କ୍ୟାମ୍ପରେ ଯୋଗ ଦେଉଛନ୍ତି କିଛି ତୁଙ୍ଗ ନେତା

ବାଲେଶ୍ୱର: ନବୀନଙ୍କ ଯୁଗାନ୍ତକାରୀ ଓ ବୈପ୍ଲବିକ ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ନେତା । ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡିର ପତିଆରା ବଢ଼ିବାରେ ଲାଗିଛି । ଲୋକଙ୍କ ସମର୍ଥନ ସହ ବିଭିନ୍ନ ସଂଗଠନ ବିଜେଡି ପ୍ରାର୍ଥୀ ସ୍ବରୁପ ଦାସଙ୍କ ପାଇଁ ସମର୍ଥନର ହାତ ବଢାଉଛନ୍ତି । ଆଜି ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ କରାଯାଉଛି । ଏହି ମିଶ୍ରଣ ପର୍ବରେ ଲୋକପ୍ରିୟ ଯୁବ ନେତା ବାଦଲ ଦାସ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦେଉଛନ୍ତି । ବାଦଲ ଦାସ ବଳରାମଗଡି ଟ୍ରଲର ଆସୋସିଏସନର ସଭାପତି ସହିତ ଟ୍ରକ ମାଲିକ ସଂଘର ସମ୍ପାଦକ, ବସ୍ ମାଲିକ ସଂଘର ସଭାପତି, ମତ୍ସ୍ୟଜୀବୀ ସଂଘର ସଭାପତି ରହିବା ସହିତ ଜିଲ୍ଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଅଛନ୍ତି ।

 

ପୂର୍ବରୁ ବିଜେଡିରେ ୨୦୧୯ ନିର୍ବାଚନରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଥିବା ମାନସ ଦାସପଟ୍ଟନାୟକ ଓ ଜିଲ୍ଲାର ଟାଣୁଆ ନେତା ଅରୁଣ ଦେ ତାଙ୍କ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ସାମିଲ ହୋଇସାରିଛନ୍ତି । ସେହିଭଳି ବିଜେପି ସଦରର ପୂର୍ବତନ ବ୍ଳକ ଅଧ୍ୟକ୍ଷା ହେମଲତା ବେହେରା ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । ଗତ ୭ ତାରିଖରେ ବାଲେଶ୍ୱର ରାଜନୀତିର ଭୀଷ୍ମ କୁହାଯାଉଥିବା ଦାଦା ଅରୁଣ ଦେ ବିଜେଡିରେ ଯୋଗଦେଇଥିଲେ । ଅନ୍ୟପଟେ ଶ୍ରମିକ ସଂଗଠନ, ଅଟୋଚାଳକ ମହାସଂଘ, କୃଷକ ସଙ୍ଗଠନ ଏବଂ କଳାକାରମାନେ ସେମାନଙ୍କ ସମର୍ଥନ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ୱରୂପ ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି ।

ଏହାସହ ମହିଳା ସଂଗଠନ ମାନେ ମଧ୍ୟ ପୂର୍ଣ୍ଣ ସହଯୋଗ ଦେଇଛନ୍ତି। ଲଗାତାର ଭାବରେ ବିଜେଡି ବାଲେଶ୍ୱରରେ ତାର ଶକ୍ତି ପ୍ରଦର୍ଶନ ଜାରି ରଖିଛି । ଫଳରେ ଦଳୀୟ କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବାଦଲଙ୍କ ଯୋଗଦାନ ସଦର ନିର୍ବାଚନରେ ଦଳକୁ ଆହୁରି ଶକ୍ତିଶାଳୀ କରାଇବ ବୋଲି ଦଳ ଆଶା କରିଛି। ଏହାସହ ବିଜେଡିର ବିଜୟ ବ୍ୟବଧାନ ବୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି ।

Leave a Reply