ମୃତ୍ୟୁର ଆଭାସ ପାଇସାରିଥିଲେ ନିର୍ଭୟା ! ବାପା-ମାଆଙ୍କୁ ଡାକି କହିଥିଲେ କିଛି ଏମିତି କଥା

1 min read

ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ୧ ଫେବୃୟାରୀ ସକାଳ ୬ଟାରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଫେବୃଆରୀ ୨୨ରେ ଫାଶୀ ଦେବାନେଇ ଡେଥ୍ ୱାରେଣ୍ଟ ଜାରି କରିଥିଲେ ମାନ୍ୟବର କୋର୍ଟ । ଡେଥ୍ ୱାରେଣ୍ଟ ଜାରି ହେବା ପରେ ମୁକେଶଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟରେ ହୋଇଥିଲେ ରାଜକ୍ଷମା ଆବେଦନ । ରାଷ୍ଟ୍ରପତିଙ୍କ ପକ୍ଷରୁ ଆବେଦନ ଖାରଜ ପରେ ନୂଆ ଡେଥି ୱାରେଣ୍ଟ ଜାରି କରିଥିଲେ କୋର୍ଟ । ଏଥି ମଧ୍ୟରେ ଘଟଣା ସମୟରେ ନାବାଳକ ଥିବା ନେଇ ପୱନ ଗୁପ୍ତାଙ୍କ ତରଫରୁ ହୋଇଥିବା ଦଲିଲକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । 

ଏହାପରେ ଜାନୁଆରୀ ୨୨ ବଦଳରେ ଫେବ୍ରୁଆରୀ ୧ ତାରିଖରେ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବାକୁ ନିଷ୍ପତି ନିଆଯାଇଥିଲା । ନୂଆ ତାରିଖ ଘୋଷଣା କରିଥିଲେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ । ରାଜକ୍ଷମାକୁ ଖାରଜ କରିବା ପରେ ସାଧାରଣତଃ ଆଇନ ଅନୁସାରେ ଦୋଷୀକୁ ମାନସିକ ସ୍ଥରରେ ଦୃଢ ହେବା ପାଇଁ କିଛି ସମୟ ଦିଆଯାଇଥାଏ । ତେଣୁ ଫାଶୀ ତାରିଖକୁ ୨୨ରୁ ୧କୁ ଘୁଞ୍ଚାଇ ଦିଆଯାଇଥିଲା । ଏହିପରି ଆବେଦନ ଅନ୍ୟ ୩ ଜଣ ଦୋଷୀ ଆଉ କରିପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଥିଲା । ତେବେ ବର୍ତ୍ତମାନ ଏହି ଦୋଷୀ ମାନେ ଦିନ ଗଡ଼ାଇବାକୁ ଅନ୍ୟ କେଉଁ ବିକଳ୍ପ ଆପଣାଉଛନ୍ତି ତାହା ଦେଖିବା ବାକି ରହିଲା ।

ଅନ୍ୟପଟେ ଦିନ ଯେତିକି ଗଡ଼ି ଚାଲିଛି ନିର୍ଭୟାଙ୍କ ମା’, ବାପାଙ୍କ ମନ ସେତିକି ଅସ୍ଥିର ହେଉଛି । ଆଖିରୁ ନିଦ ହଜାଇ ଦେଇଛି ଏହି ତାରିଖ । ନିର୍ଭୟାଙ୍କ ବାପା ଏହାକୁ ନେଇ କହିଛନ୍ତି ଯେ, ଝିଅର ନିଶ୍ୱାସ ଛଡ଼ାଇ ନେଇଥିବା ଏହି ଦୋଷୀଙ୍କ ଆଳାପ ତାଙ୍କ ହୃଦୟ ସ୍ପନ୍ଦନକୁ ଦ୍ରୁତ କରାଇ ଦେଉଛି ।  ସେହି ରାତିର ଘଟଣା ଆଜିବି ମନେପଡ଼ । ୧୩ ଦିନ ଧରି ମୃତ୍ୟୁ ସହ ଲଢ଼େଇ କରିଥିଲା ନିର୍ଭୟା । ଶେଷରେ ହାର ମାନିଯାଇ ମୃତ୍ୟୁକୁ ସାଥି କରି ଚାଲି ଯାଇଥିଲା ପଶୁ ସଦୃଶ ଲୋକଙ୍କ ଭିଡ଼ରୁ ବହୁ ଦୂରକୁ ।

ପୁର୍ବ ଘଟଣା ଅନୁଯାୟୀ ୧୬ ଡିସେମ୍ବର, ୨୦୧୨ ରାତିରେ ୨୩ ବର୍ଷିୟା ନିର୍ଭୟାଙ୍କୁ ଚଳନ୍ତା ବସରେ ୬ ଜଣ ଦୁର୍ବୃତ୍ତ ମିଶି ଗଣଦୁଷ୍କର୍ମ କରିବା ପରେ ରାସ୍ତାକୁ ଫୋପାଡ଼ି ଦେଇଥିଲେ । ସାଙ୍ଗରେ ଥିବା ପୁରୁଷ ବନ୍ଧୁ ମଧ୍ୟ ଦୁର୍ବୃତ୍ତ ମାନଙ୍କ ଆକ୍ରମଣର ଶିକାର ହେଇଥିଲେ । ଘଟଣା ସ୍ଥଳରେ ନିର୍ଭୟା ଗୁରୁତର ଭାବେ ଆହତ ହୋଇଥିଲେ ଓ ୨୯ ଡିସେମ୍ବର ଦିନ ସିଙ୍ଗାପୁରର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନିର୍ଭୟା ।

୧୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ନିର୍ଭୟା ଜୀବନ ସହ ପ୍ରତ୍ୟେକ ମୁହୁର୍ତ୍ତ ଲଢ଼ି ଚାଲିଥିଲେ । ଆଉ ସେହି ମୁହୁର୍ତ୍ତରେ ତାଙ୍କସହ ସ୍ତମ୍ଭ ପରି ଠିଆ ହୋଇଥିଲେ ତାଙ୍କ ମାଆ ବାପା । ଝିଅର ପ୍ରତିଟି ନିଶ୍ୱାସକୁ ସେଠାରେ ଅନୁଭବ କରିପାରୁଥିଲେ ସେମାନେ ।

ମୃତ୍ୟୁଦିନ ନିର୍ଭୟା ନିଜେ ତାଙ୍କ ମାଆଙ୍କୁ ଶୀଘ୍ର ଖାଇସାରି ଫେରିବାକୁ ପଠାଇ ଦେଇଥିଲେ ଆଉ ଫେରି ଆସିଲା ବେଳକୁ ଆଖି ବୁଜିସାରିଥିଲେ ନିର୍ଭୟା ।

‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?

ମୃତ୍ୟୁ ନେଇ ବୋଧେ ଆଗରୁ ଜାଣିପାରିଥିଲା ନିର୍ଭୟା ଏଣୁ ସେହି ଦିନ ତାଙ୍କ ବାପାଙ୍କୁ ଡାକି Sorry କହିଥିଲା ବୋଲି କହିଛନ୍ତି ନିର୍ଭୟାଙ୍କ ମାଆ । ‘ମୁଁ ତମ ଦୁଇ ଜଣଙ୍କୁ ବହୁ କଷ୍ଟ ଦେଇ ସାରିଲିଣି’ ଏହା କହି ତାଙ୍କ ମା’ଙ୍କ ହାତ ଆଣି କୁଣ୍ଢେଇ ପକାଇଥିଲେ । ତା’ଙ୍କ ମା’ଙ୍କ କହିବାନୁସାରେ ନିର୍ଭୟା ପ୍ରତ୍ୟେକ ଦିନ ସିଙ୍ଗାପୁରରେ ନିଜ ହାତରେ କିଛି ଗୋଟେ ଗଣୁଥିବାର ସେ ଅନୁଭବ କରିଛନ୍ତି । ସତେ ଯେମିତି ସେ ମୃତ୍ୟୁ ଦିନକୁ ଗଣୁଥିଲା । ଏହା ସହ ସେ ମା’ଙ୍କୁ ସବୁବେଳେ ଆଜି କଉଦିନ ହେଲା ବୋଲି ମଧ୍ୟ ପଚାରୁଥିଲେ । ଆଉ ଶୀଘ୍ର ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରୁଥିଲେ । ଆଉ ଯେବେ ନର୍ସ ତାଙ୍କ ଦେହ ଠିକ୍ ନାହିଁ ବୋଲି କହୁଥିଲେ ସେତେବେଳେ ହତାଶ ହେଇଯାଉଥିବା ଆଶାଦେବୀ କହିଛନ୍ତି ।

Leave a Reply