କରୋନା ଭାଇରସ କ’ଣ ଏବଂ ଏଥିରୁ କେମିତି ଦୁରେଇ ରହିବେ
1 min readଚାଇନାରେ ଆତଙ୍କ ଖେଳାଇଛି କରୋନା ଭାଇରସ । ପ୍ରତି ଘଣ୍ଟାରେ ବଢୁଛି ମୃତ୍ୟୁ ସଂଖ୍ୟା । ଏହି ଭାଇରସର ଶିକାର ହୋଇ ୨୫ ଜଣ ମୃତ୍ୟୁବରଣ କରିଥିବାବେଳେ ୮ ଶହରୁ ଅଧିକ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
କିନ୍ତୁ ଏ କରୋନା ଭାଇରସ ଆସିଲା କେଉଁଠୁ ? ଏ ଭୟଙ୍କର ଭାଇରସ କେମିତି ଚାରିଆଡ଼େ ବ୍ୟାପିଥାଏ ଏବଂ ଏହି ଭାଇରସର ଲକ୍ଷଣ ସବୁ କଣ ? ଏହା ସବୁ ଆପଣ ମାନେ ଜାଣିବାକୁ ଚାହୁଁଥିବେ । ଆମେ ଆଜି ଆପଣଙ୍କୁ କହିବୁ ଏହି ଭାଇରସ କେମିତି ବ୍ୟାପିଥାଏ ।
କରୋନା ଭାଇରସ କଣ ?
କରୋନା ଭାଇରସ ହେଉଛି ଭାଇରସ ମାନଙ୍କର ଏକ ବଡ଼ ସମୁହ । ଯାହା ପଶୁ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଆମେରିକାର ଏକ ରୋଗ ନିୟନ୍ତ୍ରଣ ପ୍ରତିକାର କେନ୍ଦ୍ରର ସୂଚନା ଅନୁଯାଇ କରୋନା ଭାଇରସ ଜୀବଜନ୍ତୁଙ୍କ ଠାରୁ ମଣିଷ ମାନଙ୍କ ମଧ୍ୟରେ ବ୍ୟାପିଛି ।
ଚାଇନାରେ ବ୍ୟାପିଥିବା କରୋନା ଭାଇରସ ସାର୍ସ ଭାଇରସ ଭଳି କ୍ଷତିକାରକ । ଏହି ଭାଇରସ ହେବା ଦ୍ୱାରା ଥଣ୍ଡା କାଶ, ନିଶ୍ୱାସ ନେବାରେ କଷ୍ଟ, ନାକରୁ ପାଣି ବୋହିବା, ତଣ୍ଟିରେ ସମସ୍ୟା ଦେଖାଦେବା । ଏହି ଭାଇରସ ନ୍ୟୁମୋନିଆର କାରଣ ମଧ୍ୟ ହୋଇଥାଏ ।
ହଙ୍କ୍କଙ୍ଗ୍ର ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ୍ ପବ୍ଲିକ୍ ହେଲ୍ଥ କେୟାରର ଭାଇରୋଲୋଜିଷ୍ଟ ଲିଓ ପୁନ ଏହି ଭାଇରସକୁ ପ୍ରଥମେ ଚିହ୍ନଟ କରିଥିଲେ କରିଥିଲେ ।
କେମିତି ବ୍ୟାପିଥାଏ ଏହି ଭାଇରସ-
ସଂକ୍ରମିତ ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖିଲେ ଏହି ଭାଇରସ ବ୍ୟାପିଥାଏ । କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କ କାଶରୁ ଏବଂ ଛିଙ୍କରୁ ଏହି ରୋଗ ବ୍ୟାପିଥିଏ । ଖାଲି ସେତିକି ନୁହେଁ ସଂକ୍ରମିତ ବ୍ୟକ୍ତିଙ୍କ ସହ ହାତ ମିସାଇଲେ କି ବ୍ୟକ୍ତିଙ୍କର ଆଖିକୁ ଛୁଇଁଲେ ଏହି ଭାଇରସ ବ୍ୟାପିଥାଏ ।
କରୋନା ଭାଇରସର ଲକ୍ଷଣ
ଯଦି ଆମେ ଦେଖିବା ଏହି ଭାଇରସ ରେ ମରୁଥିବା ଅଧିକାଂସ ଲୋକଙ୍କର ବୟସ ୭୩ ବର୍ଷ ରହିଛି । ଏହି ଭାଇରସର ଲକ୍ଷଣ ହେଉଛି । କରୋନା ଭାଇରସରେ ଆକ୍ରାନ୍ତ ଥିବା ବ୍ୟକ୍ତିର ନାକରୁ ପାଣି ବୋହିବା, ଥଣ୍ଡା ଏବଂ କାସ ବହୁ ଦିନ ପର୍ଯ୍ୟନ୍ତ ନଛାଡ଼ିବା, ଗଳାରେ ଗତ ଗତ ହେବା, ଅଧିକାଂଶ ସମୟରେ ମୁଣ୍ଡ ବିନ୍ଧିବା ।
ଏହି ଭାଇରସ ଦୁର୍ବଳ ବ୍ୟକ୍ତିଙ୍କ ମଧ୍ୟରେ ଅଧିକ ମାତ୍ରାରେ ଦେଖିବାକୁ ମଳିଳିଥାଏ । ବୃଦ୍ଧ ବ୍ୟକ୍ତି ଏବଂ ଛୋଟ ପିଲା ଏହି ଭାଇରସ ରେ ଅଧିକ ପରିମାଣରେ ସକ୍ରିୟ ହୋଇଥାନ୍ତି ।
କରୋନା ଭାଇରସରୁ କେମିତି ବଞ୍ଚିବେ
ଏହି ଭାଇରସ ପାଇଁ ଏ ପର୍ଯ୍ୟନ୍ତି କୌଣସି ପ୍ରକାରର ଚିକିତ୍ସା ବାହାରି ନାହିଁ । ନା ଏହି ରୋଗ ପାଇଁ କୌଣସି ପ୍ରକାରର ଭ୍ୟାକ୍ସିନ ମଧ୍ୟ ବାହାରି ନାହିଁ । ଏହି ଭାଇରସରୁ ବଞ୍ଚିବାକୁ ହେଲେ ନିଜକୁ ସାବଧାନ ହେବାକୁ ପଡ଼ିବ ।
ଥଣ୍ଡା, କାଶ, ନିମୋନିଆ ଭଳି ରୋଗରେ ପିଡ଼ିତ ଥିବା ଲୋକଙ୍କ ଠାରୁ ନିଜକୁ ଦୁରେଇ ରଖନ୍ତୁ ।