କରୋନା ଛାଡ଼ି ଯାଉଛି ଚର୍ମ ରୋଗ: ସୁସ୍ଥ ହେବା ପରେ ମଧ୍ୟ ଦେଖାଦେଉଛି ଲକ୍ଷଣ

1 min read

ବୋଷ୍ଟନ୍: କରୋନା ଛାଡ଼ି ଯାଉଛି ଚର୍ମ ରୋଗ । ସଦ୍ୟ ଗବେଷଣାରୁ ପ୍ରାପ୍ତ ତଥ୍ୟରୁ ଏହା ଅନୁମେୟ । ଗବେଷଣାର ରିପୋର୍ଟ ମୁତାବକ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଠାରେ କିଛି ଚର୍ମ ରୋଗ ଲକ୍ଷଣ ଦେଖିବାକୁ ମିଳୁଛି । ସେମାନେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କ ଠାରେ ଏହି ଲକ୍ଷଣ ପରିଲକ୍ଷିତ ହେଉଛି ।

Coronavirus: Tips to Avoid "Maskne" Skin Irritation | Johns Hopkins Medicine

            ୟୁରୋପିଆନ୍ ଏକାଡେମି ଅଫ୍ ଡ୍ରେମାଟୋଲୋଜିଷ୍ଟ (Dermatologist)ର ୨୯ ତମ ସମ୍ମିଳନୀରେ ଏହି ତଥ୍ୟ ଉପସ୍ଥାପିତ ହୋଇଥିଲା । ତେବେ ଏ ସମ୍ପର୍କିତ ଅଧିକ ଗବେଷଣା ନେଇ ଅନ୍ତର୍ଜାତୀୟ ଲିଗ୍ ଅଫ୍ ଡ୍ରେମାଟୋଲୋଜିଷ୍ଟ ସୋସାଇଟି ଏବଂ ଆମେରିକାନ୍ ଏକାଡେମୀ ଅଫ୍ ଡେମ୍ରାଟୋଲଜିଷ୍ଟର ମିଳିତ ଆନୁକୂଲ୍ୟରେ ଏକ ଅନ୍ତର୍ଜାତୀୟ ରେଜିଷ୍ଟ୍ରି ସ୍ଥାପନ କରାଯାଇଛି ।

            ଏଠାକୁ ଜୁନ ଓ ଅଗଷ୍ଟ ମାସରେ ଚିକିତ୍ସକମାନେ କୋଭିଡ -୧୯ ଚର୍ମ ରୋଗର ଲ୍ୟାବ୍ ଟେଷ୍ଟ ରିପୋର୍ଟ ଏବଂ ଏହାର ଅବଧି ସମ୍ପର୍କିତ ତଥ୍ୟ ଅପଡେଟ କରିବାକୁ ଯୋଗାଯୋଗ କରିଥିଲେ । ସେମାନେ ପ୍ରଦାନ କରିଥିବା ତଥ୍ୟ ମୁତାବକ ଏଭଳି ଲକ୍ଷଣ ୬୦ ଦିନ ଯାଏଁ ରୋଗୀଙ୍କ ଠାରେ ଦେଖିବାକୁ ମିଳିଥାଏ ।

Coronavirus could cause these five skin conditions: Study, World News | wionews.com

 ତେବେ ପୂର୍ବ ଲୋକଲୋଚନକୁ ଆସିନଥିବା ଏଭଳି ରୋଗ ସମ୍ପର୍କରେ ବର୍ତ୍ତମାନର ଗବେଷଣା ରିପୋର୍ଟ ଦ୍ୱାରା ଜଣାପଡ଼ିଥିବା କହିଛନ୍ତି ଗ୍ଳୋବାଲ ହେଲ୍ଥ ଡ୍ରେମାଟୋଲୋଜିଷ୍ଟ ନିର୍ଦ୍ଦେଶକ ଇଷ୍ଟର ଇ ଫ୍ରିମ୍ୟାନ୍ । ଏହା କୋଭିଡ-୧୯ ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ପଡ଼ୁଥିବା ପ୍ରଭାବର ଲମ୍ୱା ଅବଧି ବିଷୟରେ ଜାଣହେବ ବୋଲି ସେ କହିଛନ୍ତି । ତେବେ ଏ ଦିଗରେ ଅଧିକ କାର୍ଯ୍ୟ କରିବା ନେଇ ଡ୍ରେମାଟୋଲୋଜିଷ୍ଟମାନଙ୍କୁ ଉତ୍ସାହିତ କରାଯାଉଛି । ଏବଂ ଲକ୍ଷଣ ଚିହ୍ନଟ ସହିତ ଏ ସମ୍ପର୍କରେ ଅନ୍ତର୍ଜାତୀୟ ଫୋରମରେ ରିପୋର୍ଟ କରିବାକୁ କୁହାଯାଇଥିବା ଫ୍ରି ମ୍ୟାନ୍ କହିଛନ୍ତି । ଯାହା ଦ୍ୱାରା କୋଭିଡ-୧୯ର ପ୍ରଭାବ ସମ୍ପର୍କରେ ଅଧିକ ଜାଣିହେବ ।

Leave a Reply