spot_img

Latest Posts

ଅରୁଣାଚଳରେ ଭାରତ-ଚୀନ୍ ସେନା ମୁହାଁମୁହିଁ, ଭାରତ ସୀମାରେ ପଶିଲେ ୨୦୦ ଚୀନ ସୈନ୍ୟ

ଭାରତ-ଚୀନ୍ ମଧ୍ୟରେ ତିକ୍ତତା ଆହୁରି ବଢ଼ିବାରେ ଲାଗିଛି । ଲଦାଖ ପରେ ବର୍ତ୍ତମାନ ଅରୁଣାଚଳରେ ଦୁଇଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଅରୁଣାଚଳରେ ନିୟନ୍ତ୍ରଣ ରେଖାଠାରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପାଟ୍ରୋଲିଂ ବେଳେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା ।

 

ସୂଚନା ମୁତାବକ ଚୀନର ପ୍ରାୟ ୨୦୦ଶହ ସୈନ୍ୟ ଭାରତ ସୀମାରେ ପଶି ଭାରତୀୟ ବଙ୍କର ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ଏହାର ଦୃଢ଼ ଜବାବ ଦେଇଥିଲେ ଭାରତୀୟ ସେନା । ଫଳରେ LACର ବୁମଲା-ୟାଙ୍ଗସେ ନିକଟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗତ ସପ୍ତାହରେ ହୋଇଥିବା ଏହି ଘଟଣାର କମାଣ୍ଡରସ୍ତରୀୟ ଆଲୋଚନା ପରେ ସମାଧାନ ହୋଇଥିବା ସୂଚନା ମିଳିଛି ।

ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ଥିର କରାଯାଇଛି। ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି। ସେପଟେ କିନ୍ତୁ ଇଷ୍ଟର୍ଣ୍ଣ ଲଦାଖ ଓ ଅନର୍ଥର୍ଣ୍ଣ ଫ୍ରଣ୍ଟରେ LAC ଆରପଟେ ଚୀନର ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ ଓ ଭିତ୍ତିଭୂମି ନିର୍ମାଣକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଛି।

 

 

Latest Posts

Don't Miss