ମୁକ୍ତି ପୂର୍ବରୁ ନକ୍ସଲ ବସାଇଥିଲେ ପ୍ରଜାକୋର୍ଟ, ବାନ୍ଧିଥିଲେ ଯବାନଙ୍କ ହାତ

1 min read
Soldier Taken Hostage By Maoists After Ambush In Chhattisgarh Released

ମାଲକାନଗିରି: ମାଓ ଗଡ଼ରୁ ମୁକ୍ତି ପାଇଛନ୍ତି ଯବାନ ରାକେଶ୍ୱର ସିଂହ ମାନହାସ । ଅପହରଣର ୬ ଦିନ ପରେ ନକ୍ସଲ ଜଙ୍ଗଲ ପାଖ ଗାଁର ଏକ ଅଜ୍ଞାତ ସ୍ଥାନରେ ଯବାନଙ୍କୁ ଛାଡ଼ିଛନ୍ତି । ସେଠାରୁ ଅନ୍ୟ ଯବାନମାନେ ବାଇକରେ ରାକେଶ୍ୱରଙ୍କୁ ସୁରକ୍ଷିତ ଆଣି ମେଡିକାଲ ଯାଞ୍ଚ କରିଥିଲେ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ପରେ ତାଙ୍କୁ ସେନା କ୍ୟାମ୍ପକୁ ଅଣାଯାଇଥିଲା ।

Soldier Taken Hostage By Maoists After Ambush In Chhattisgarh Released

ରାକେଶଙ୍କୁ ମୁକ୍ତି ପାଇଁ ଦୁଇ ଜଣ ମଧ୍ୟସ୍ଥିଙ୍କୁ ଚୟନ କରାଯାଇଥିଲା । ଧରମପାଲ ସୋନୀ, ତେଲମ ବୋରୀ ମାଓବାଦୀଙ୍କ ସହ ଆଲୋଚନା କରିଥିଲେ । ରାକେଶଙ୍କ ମୁକ୍ତି ପୂର୍ବରୁ ବସିଥିଲା ପ୍ରଜା କୋର୍ଟ । ପ୍ରଜାକୋର୍ଟରେ ରାକେଶଙ୍କୁ ହାଜର କରାଯାଇଥିଲା । ମୁକ୍ତି ନେଇ ଲୋକଙ୍କ ମତାମତ ମାଗିଥିଲେ ନକ୍ସଲ ।

ରାକେଶଙ୍କ ମୁକ୍ତି ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି । ମିଠାବାଣ୍ଟି ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକ । କୁନି ଝିଅ ବାପା ଫେରି ଆସିବା ଖୁସିରେ ନାଚି ଉଠିଛନ୍ତି ।

Soldier Taken Hostage By Maoists After Ambush In Chhattisgarh Released

ଛତିଶଗଡ଼ର ସୁକ୍‌ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ ମାଓବାଦୀ ମାନେ ରାକେଶଙ୍କୁ ଅପହରଣ କରିନେଇଥିଲେ । ମାଓ ଅପରେସନ୍ ବେଳେ ୨୨ ଯବାନ ସହିଦ ହୋଇଥିଲେ । ରାକେଶ୍ୱର ସିଂଙ୍କୁ ମାଓବାଦୀ ବନ୍ଧକ ରଖି ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ଯବାନଙ୍କୁ ମୁକ୍ତି ମିଳିବ ବୋଲି ମାଓବାଦୀ ପ୍ରେସ୍ ରିଲିଜ୍ ଜାରି କରିଥିଲେ ।

Leave a Reply