ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ: ସମସ୍ୟା ଯଥା ପୂର୍ବଂ ତଥା ପରଂ

ଧର୍ମଗଡ଼: ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି କରାଗଲା ସୌର ଜଳ ଯୋଗାଣ ପ୍ରକଳ୍ପ  । ହେଲେ ଅଧପନ୍ତରିଆ କାମ ଯୋଗୁ ଖତ ଖାଉଛି ପ୍ରକଳ୍ପ  । ଆଉ ଏବେ ବି କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକର ୨୮ ପଂଚାୟତର ୧୧୮ଟି ଗାଁ ଫ୍ଲୋରାଇଡ୍ ପ୍ରଭାବିତ ହୋଇ ରହିଛି  । ଲୋକ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରି ରୋଗରେ ପଡୁଛନ୍ତି  ।

କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକର ୨୮ ପଞ୍ଚାୟତର ୧୧୮ଟି ଗାଁ ଫ୍ଲୋରାଇଡ୍ ପ୍ରଭାବିତ  । ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଆରମ୍ଭ ହୋଇଥିଲା ସୌର ଜଳ ଯୋଗାଣ ପ୍ରକଳ୍ପ  । ପ୍ରାୟ ଦୁଇ ଲକ୍ଷ ୫୦ ହଜାର ବ୍ୟୟରେ ଏହି ଗାଁ ଗୁଡିକରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଥିଲା  ।

ହେଲେ ଏତେ ସବୁ ପରେ ମଧ୍ୟ ଏହା ଲୋକଙ୍କ କାମରେ ଲାଗିପାରୁ ନାହିଁ  । ସେପଟେ ଗ୍ରାମବାସୀ ବାଧ୍ୟ ହୋଇ ଫ୍ଲୋରାଇଡ୍ ମିଶା ନଳକୂଅ ପାଣି ବ୍ୟବହାର କରୁଛନ୍ତି  । ଦୂଷିତ ପାଣି ବ୍ୟବହାର କରିବାରୁ ବିଭିନ୍ନ ରୋଗରେ ପଡୁଥିବା ଅଭିଯୋଗ କରିଛନ୍ତି  ।

ଏ ସମସ୍ୟା ଏହି ସବୁ ଅଞ୍ଚଳରେ ଆାଜିର ନୁହେଁ  । ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି  । ଲୋକଙ୍କ ସୁବିଧା ପାଇଁ ଜଳ ଯୋଗାଣ କାର୍ଯ୍ୟ ଆାରମ୍ଭ ହୋଇଥିଲେ ହେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା ଯୋଗୁ ଅକାମି ହୋଇ ପଡିରହିଛି ପ୍ରକଳ୍ପ  ।

ଏନେଇ ଧର୍ମଗଡ଼ ସହକାରୀ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ସମସ୍ୟା ନେଇ ଅବଗତ ଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହି କଥାରୁ ଓହରି ଯାଇଛନ୍ତି  । ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରକଳ୍ପ ସବୁ ତିଆାରି ହେଉଛି ସତ, ହେଲେ କିଛି ଦୁର୍ନୀତିଖୋର ଅଧିକାରୀଙ୍କ ପାଇଁ ସରକାରୀ ଟଙ୍କା ପାଣିରେ ପଡିବା ହି ସାର ହେଉଛି  ।

Leave a Reply