ଆଜି ସୃଷ୍ଟି ହେବ ବଡ଼ ଧରଣର ସୌରଝଡ଼, ପ୍ରଥମ ଥର ଲାଗି ପୃଥିବୀ, ଚନ୍ଦ୍ର ଓ ମଙ୍ଗଳରେ ପଡ଼ିବ ପ୍ରଭାବ

1 min read

ନୂଆଦିଲ୍ଲୀ: ଆଜି ପୃଥିବୀରେ ସୃଷ୍ଟି ହେବ ବଡ଼ ଧରଣର ସୌରଝଡ଼ । ପ୍ରଥମ ଥର ଲାଗି ପୃଥିବୀ, ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ଏହି ଝଡ଼ର ପ୍ରଭାବ ପଡ଼ିବ । ଚଳିତ ସପ୍ତାହର ପ୍ରଥମ ଭାଗରେ କରୋନାଲ ମାସ ଇଜେକସନ ବା ସିଏମଇ ସୃଷ୍ଟି ହୋଇଥିବାବେଳେ ଆଜି ଓ ଆସନ୍ତାକାଲି ସୌରଝଡ଼ ନେଇ ସତର୍କ କରାଇଛି ଆମେରିକାର ମହାକାଶ ଜଳବାୟୁ ସଂସ୍ଥା ନ୍ୟାସନାଲ ଓସେନିକ ଆଣ୍ଡ ଆଟମୋସ୍ପିହରିକ ଆଡମିନିଷ୍ଟ୍ରସନ୍ ବା ଏନଓଏଏ । ଏହି ଦୁଇ ଦିନ ମାଇନର ଜି-୧ କ୍ଲାସ ଜିଓମାଗ୍ନେଟିକ ଷ୍ଟର୍ମ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିବ ।

ବର୍ତ୍ତମାନ ପୃଥିବୀରେ ୯ଟି ଆକ୍ଟିଭ ସନସ୍ପଟ ରହିଛି । ସନସ୍ପଟର ଅର୍ଥ ହେଉଛି ସେହି ସ୍ଥାନ ଯେଉଁଠି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ୨୫ ଶହ ଗୁଣ ଅଧିକ । ଏହି ସୌରଝଡ଼ ଯୋଗୁ ଓ୍ବାଇରଲେସ କମ୍ୟୁନିକେସନ ଓ ଜିପିଏସ ସର୍ଭିସ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି । ଏହାସହ ଏୟାରଲାଇନସ, ମେରାଇନ କ୍ଷେତ୍ର, ହାମ୍ ରେଡିଓ କଣ୍ଟ୍ରୋଲର, ଡ୍ରୋନ କ୍ଷେତ୍ରରେ ସମସ୍ୟା ଉପୁଜିବା ଆଶଙ୍କା କରାଯାଉଛି । ଗତ ୨୦୨୧ ଅକ୍ଟୋବର ୨୮ରେ ଏହି ସୌରଝଡ଼ ସୃଷ୍ଟି ହୋଇଥିଲା ।