ମହାକାଶରେ ସୂର୍ଯ୍ୟଗ୍ରହଣର ବିରଳ ଚିତ୍ର , ୩ ମାସ ପରେ ପୃଥିବୀ ପୃଷ୍ଠରେ ଦେଖଯିବ ଏହି ଦୃଶ୍ୟ ।

1 min read

ଓ୍ବାସିଙ୍ଗଟନ:  ପୃଥିବୀ ପୃଷ୍ଠରୁ ତ ସମସ୍ତେ ସୂର୍ଯ୍ୟଗ୍ରହଣର ଦୃଶ୍ୟ ଦେଖିଥିବେ  । କିନ୍ତୁ ମହାକାଶରୁ ସୂର୍ଯ୍ୟଗ୍ରହଣର ଦୃଶ୍ୟ କିପରି ଦେଖାଯାଉଥିବ ତାହାର ଜାଣନ୍ତି କି? ବର୍ତ୍ତମାନ ଏପରି ଏକ ନିଆରା ଚିତ୍ର ନାସା ପକ୍ଷରୁ ଜାରି କରାଯାଇଛି , ଯାହା ଦେଖିବାକୁ ଅନନ୍ୟ । ନାସାର ସୋଲାର ଡାୟନୋମିକ୍ସ ପର୍ଯ୍ୟବେକ୍ଷଣକାରୀ ଯନ୍ତ୍ର ଦ୍ୱାରା ମହାକାଶର ଏହି ବିରଳ ଚିତ୍ର କ୍ୟାମେରାରେ କଏଦ ହୋଇଛି ।

ନାସା ପାଖରେ କିଛି ଏପରି ଉପକରଣ ଅଛି ଯାହା ଦ୍ବାରା ସୂର୍ଯ୍ୟକୁ ସିଧାସଳଖ ଦେଖାଯାଇ ପାରେ । ମହାକାଶରେ ମଧ୍ୟ ଏପରି ଏକ ଉପକରଣ ଦ୍ବାରା, ଚନ୍ଦ୍ର ଯେତେବେଳେ ସୂର୍ଯ୍ୟର ଅତି ନିକଟ ଦେଇ ଗତି କରୁଥିଲା, ସେହି ସମୟର ଆଶିଂକ ସୂର୍ଯ୍ୟଗ୍ରହଣର  ଚିତ୍ର ଉତ୍ତୋଳନ କରାଯାଇଛି । ନାସାର  ଏହି ସୋଲାର ଡାଇନାମିକ୍ସ ଅବଜୋଭେଟୋରୀ ଯନ୍ତ୍ର ୨୪ଘଣ୍ଟା ସୂର୍ଯ୍ୟ ଉପରେ ନଜର ରଖିଥାଏ । ଯେଉଁ ସମୟରେ ଚନ୍ଦ୍ର ଅବଜୋଭେଟୋରୀ ଏବଂ ସୂର୍ଯ୍ୟ ମଝିରେ ଥଲା ସେହି ସମୟରେ ଏହି ଯନ୍ତ୍ର ଏହାର ଚିତ୍ର ଉତ୍ତୋଳନ କରିଥିଲା  । ଏହି ବିରଳ ସୂର୍ଯ୍ୟପରାଗର ଦୃଶ୍ୟର ଚିତ୍ର ଜୁନ ୨୯ରେ ଉତ୍ତୋଳନ କରାଯାଇଥିଲା  ।

ଚିତ୍ରରେ ଗ୍ରହଣର ଶିଖର ସମୟରେ ଚନ୍ଦ୍ର ସୂର୍ଯ୍ୟର ୬୭ପ୍ରତିଶତ ଅଂଶ ଆଚ୍ଛାଦନ କରିସାରିଛି । ନାସାର ସୋଲାର ଡାୟୋନାମିକ୍ସ ଅବଜୋଭେଟୋରୀ (SDO)ର ନିଜର ଖାସ୍ ଭିଣ୍ଟେଜ୍ ପଏଣ୍ଟ ଯୋଗୁଁ ଏହି ଗ୍ରହଣର ଚିତ୍ର ଉତ୍ତୋଳନ କରି ପାରିଛି । ସେହି ସମୟରେ ଏହି ସୂର୍ଯ୍ୟଗ୍ରହଣ ପୃଥିବୀ ପୃଷ୍ଠରୁ ଦେଖାଯାଉ ନଥିଲା ।  ଅକ୍ଟୋବର ୨୫ ତାରିଖରେ ପୃଥିବୀ ପୃଷ୍ଠରେ ମୁଖ୍ୟତଃ ୟୁରୋପ, ଉତ୍ତର ଆଫ୍ରିକା, ମଧ୍ୟ-ପୂର୍ବ ଏବଂ ପଶ୍ଚିମ ଏସିଆ ଆଦି ସ୍ଥାନରେ ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିବ ।