ସୂର୍ଯ୍ୟ ପରାଗ କାରଣରୁ ବଢିବ ମହାମାରୀ ? ଦେଶ ଉପରେ ସୂର୍ଯ୍ୟ ପରାଗର କ’ଣ ରହିବ ପ୍ରଭାବ..ଜାଣନ୍ତୁ
ଜୁନ୍ ୨୧ର ସୂର୍ଯ୍ୟ ପରାଗ ବେଳର ସଂଯୋଗ ବିଗତ ବହୁ ଦଶନ୍ଧି ପରେ ପଡ଼ିଛି । ଯେଉଁଠାରେ ୬ଟି ଗ୍ରହ ଏହି ସମୟରେ ପ୍ରତ୍ୟାବର୍ତ୍ତନ କରିବେ । ଫଳରେ ଏହା ଗ୍ରହମାନଙ୍କର ଗତି ପଥକୁ ସମ୍ପୂର୍ଣ୍ଣ ଓଲଟାଇଦେବ ଏବଂ ଗ୍ରହମାନଙ୍କର ମଣିଷ ଜୀବନ ଉପରେ କୁପ୍ରଭାବ ପକାଇବ । ଯାହାକୁ ପଣ୍ଡିତମାନେ ଅଶୁଭ ମାନୁଛନ୍ତି । ଗ୍ରହମାନଙ୍କର ଏପରି ଚଳନ କାରଣରୁ ପ୍ରାକୃତିକ ବିତ୍ପତି ହେବା ସହ କରୋନା ମହାମାରୀ ସମୟରେ ଏଭଳି ସଂଯୋଗ ଅଗଷ୍ଟ ମାସ ସୁଦ୍ଧା ଏହି ମହାମାରୀକୁ ବଢାଇବାର ସନ୍ଦେହ କରାଯାଉଛି । ଶନିଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଏଭଳି ଆଶଙ୍କା କରାଯାଉଛି । ଯଦିଓ ସେପ୍ଟମ୍ବର ମାସ ସୁଧା କେତୁ ରାଶି ପରିବର୍ତ୍ତନ କରିବା ଦ୍ୱାରା ସ୍ଥିତିରେ କିଛି ସୁଧାର ଆସିବ ଏବଂ ଲୋକେ ସବୁ ପ୍ରକାର ସଂକ୍ରଣରୁ ମୁକ୍ତ ହେବାର ସମ୍ଭାବନା ରହିଛି ।
୨୧ଜୁନରେ ମିଥୁନ ରାଶିରେ ଲାଗିବାକୁ ଯାଉଛି ସୂର୍ଯ୍ୟ ପରାଗ । ଏହି ସମୟରେ କେତକ ଗ୍ରହ ତାଙ୍କ ଗତିପଥର ବିପରୀତ ଦିଗରେ ଗତି କରିବ । ତେଣୁ ପରାଗ ସମୟରେ ଭଗବାନଙ୍କୁ ସ୍ମରଣ କରିବା ସହ ସମ୍ବନ୍ଧିତ ଗ୍ରହର ମନ୍ତ୍ର ଜପ କରନ୍ତୁ । ଗ୍ରହଣର ସମୟ ଜୁନ ୨୧ରେ ୧୦.୨୦ ସୁଦ୍ଧା ଆରମ୍ଭ ହେବା ସହ ୧୨.୧୭ରେ ମଧ୍ୟ ସୂର୍ଯ୍ୟ ପରାଗ ଏବଂ ୨.୨୦ରେ ମୋକ୍ଷ ହେବ । ତେବେ କେତୁ ୩ ସେପ୍ଟମ୍ବର ସୁଦ୍ଧା ରାଶି ପରିବର୍ତ୍ତ କରି ଧନୁ ରାଶିରୁ ବିଛା ରାଶିକୁ ପ୍ରବେଶ କରିବ ଯାହା ଫଳରେ ସ୍ଥିତରେ ସାମାନ୍ୟ ସୁଧାର ଆସିବା ସହ ସେପ୍ଟେମ୍ବର ୨୮ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସିପାରେ ।
ସାବଧାନ
ମିଥୁନ ରାଶିରେ ଲାଗିବାକୁ ଯାଉଥିବା ଏହି ସୂର୍ଯ୍ୟଗ୍ରହଣ ଅତ୍ୟନ୍ତ ଅଶୁଭ କୁହାଯାଉଛି । ଏବଂ ମଙ୍ଗଳଙ୍କ ଜଳୀୟ ରାଶି ମୀନରେ ରହିବାଟା ମଧ୍ୟ ଶୁଭ ଧରା ଯାଉନାହିଁ । ତେଣୁ ଏହି ଗ୍ରହଣରେ ବଡ଼ ବଡ଼ ପ୍ରାକୃତିକ ବିତ୍ପତିର ଶଙ୍କେତ ମିଳିଥାଏ । ଯେମିତି କି ଅଧିକ ବର୍ଷା, ଘୁର୍ଣ୍ଣିଝଡ଼, ମହାମାରୀ ଭଳି ରୋଗ ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ତେବେ ଗ୍ରହଣ ଲାଗୁଥିବା ସମୟରେ ଭଗବାନଙ୍କ ପ୍ରତିମା ମଧ୍ୟ ଦେଖିବା ଅଶୁଭ ହୋଇଥାଏ । ରାହୁ ଏବଂ କେତୁ ଦୁଇଟିଯାକ ଅଶୁଭ ଗ୍ରହ । ଯେହେତୁ ଏହି ପରାଗ ରାହୁ ଗ୍ରାସ ଦ୍ୱାରା ପ୍ରତି ଫଳନ ହୁଏ ତେଣୁ ଏହା ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ପିଡ଼ିତ କରିବ ତେଣୁ ଏହି ସୂର୍ଯ୍ୟ ପରାଗ ଅନ୍ୟ ପରାଗ ଠାରୁ ଭିନ୍ନ ଅଟେ ।