spot_img

Latest Posts

ସୂର୍ଯ୍ୟ ପରାଗର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଦେବନୀତି ନିଷେଧ

ପୁରୀ: ଆସନ୍ତାକାଲି ପୌଷ ଅମାବାସ୍ୟାରେ ଖଣ୍ଡଗ୍ରାସ କେତୁଗ୍ରସ୍ଥ ସୂର୍ଯ୍ୟ ପରାଗ । ଏଥିଯୋଗୁଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ ପୂଜାବିଧି ନିଷ୍ପତ୍ତି ହୋଇଛି । ପରାଗ ଗୁରୁବାର ସକାଳ ୮ଟା ୨୦ରୁ ଆରମ୍ଭ ହୋଇ ଦିନ୧୧ ଟା ୩୦ରେ ଛାଡ଼ିବ । ପରାଗ ସ୍ପର୍ଶ ହେବାର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି ।ଏଥିସହ ପଢ଼ନ୍ତୁ ଆସନ୍ତା ୨୬ରେ ସୂର୍ଯ୍ୟ ପରାଗ, ଏହି ୫ଟି ରାଶି ଉପରେ ପଡ଼ିପାରେ ଅଧିକ ପ୍ରଭାବ

ଶ୍ରୀମନ୍ଦିରରେ ଆଜି (ବୁଧବାର) ରାତି ୮ଟା ୨୦ ସୁଦ୍ଧା ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ନୀତି ଶେଷ ହେବା ପରେ ସମସ୍ତ ନୀତିକାନ୍ତି ବନ୍ଦ ରଖାଯିବ । ଗୁରୁବାର ସକାଳ ୮ଟା ୨୦ ମିନିଟ୍ ସମୟରେ ପରାଗ ସ୍ପର୍ଶ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ମିଳିପାରିବ । ୮ଟା ୨୦ ପରେ ପରାଗ ସ୍ପର୍ଶ ହେବା ମାତ୍ରେ ଶ୍ରୀମନ୍ଦିରରେ ବିଧି ଅନୁସାରେ ଦେବନୀତି ଆରମ୍ଭ କରାଯିବ ।ଏଥିସହ ପଢ଼ନ୍ତୁ ସୂର୍ଯ୍ୟପରାଗ ପାଇଁ ସରକାରୀ ଛୁଟି ଘୋଷଣା

ପ୍ରଥମେ ଶ୍ରୀଜିଉଙ୍କୁ ପରାଗ ମହାସ୍ନାନ ଅନୁଷ୍ଠିତ ହେବା ସହ ତଡ଼ପ ଲାଗି, ମଇଲମ ବେଶ, ମଙ୍ଗଳ ଆଳତୀ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ପରାଗ ସାଦା ବେଶ ପରେ ପରାଗ ଭୋଗ, ପୁନର୍ବାର ମଇଲମ ବେଶ ହୋଇ ଗୋପାଳ ବଲ୍ଲଭ ନୀତି ପରେ ଶ୍ରୀଜିଉଙ୍କୁ ଦୁର୍ଲଭ ପହିଲି ଭୋଗ କରାଯାଇ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗ୍ରହରୁପି ନାରାୟଣ ତେଣୁ ଗ୍ରହଣ କିମ୍ବା ପରାଗ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ଦେବନୀତି ଆରମ୍ଭ ହୋଇଥିବା ବେଳେ ଅନ୍ୟାନ୍ୟ ଦେବାଳୟ ବା ଘରେ ଦେବନୀତି ବନ୍ଦ ରହିଥାଏ ।

https://nandighoshatv.comsolar-eclipse-on-26th-december/

Latest Posts

Don't Miss