ମହାକାଶରେ ସୂର୍ଯ୍ୟଗ୍ରହଣର ବିରଳ ଚିତ୍ର , ୩ ମାସ ପରେ ପୃଥିବୀ ପୃଷ୍ଠରେ ଦେଖଯିବ ଏହି ଦୃଶ୍ୟ ।
1 min readଓ୍ବାସିଙ୍ଗଟନ: ପୃଥିବୀ ପୃଷ୍ଠରୁ ତ ସମସ୍ତେ ସୂର୍ଯ୍ୟଗ୍ରହଣର ଦୃଶ୍ୟ ଦେଖିଥିବେ । କିନ୍ତୁ ମହାକାଶରୁ ସୂର୍ଯ୍ୟଗ୍ରହଣର ଦୃଶ୍ୟ କିପରି ଦେଖାଯାଉଥିବ ତାହାର ଜାଣନ୍ତି କି? ବର୍ତ୍ତମାନ ଏପରି ଏକ ନିଆରା ଚିତ୍ର ନାସା ପକ୍ଷରୁ ଜାରି କରାଯାଇଛି , ଯାହା ଦେଖିବାକୁ ଅନନ୍ୟ । ନାସାର ସୋଲାର ଡାୟନୋମିକ୍ସ ପର୍ଯ୍ୟବେକ୍ଷଣକାରୀ ଯନ୍ତ୍ର ଦ୍ୱାରା ମହାକାଶର ଏହି ବିରଳ ଚିତ୍ର କ୍ୟାମେରାରେ କଏଦ ହୋଇଛି ।
NASA Sungazing Observatory Captures Stunning Solar Eclipse From Spacehttps://t.co/8eSP4TZB1Z pic.twitter.com/VTl7y95h5O
— IFLScience (@IFLScience) July 1, 2022
ନାସା ପାଖରେ କିଛି ଏପରି ଉପକରଣ ଅଛି ଯାହା ଦ୍ବାରା ସୂର୍ଯ୍ୟକୁ ସିଧାସଳଖ ଦେଖାଯାଇ ପାରେ । ମହାକାଶରେ ମଧ୍ୟ ଏପରି ଏକ ଉପକରଣ ଦ୍ବାରା, ଚନ୍ଦ୍ର ଯେତେବେଳେ ସୂର୍ଯ୍ୟର ଅତି ନିକଟ ଦେଇ ଗତି କରୁଥିଲା, ସେହି ସମୟର ଆଶିଂକ ସୂର୍ଯ୍ୟଗ୍ରହଣର ଚିତ୍ର ଉତ୍ତୋଳନ କରାଯାଇଛି । ନାସାର ଏହି ସୋଲାର ଡାଇନାମିକ୍ସ ଅବଜୋଭେଟୋରୀ ଯନ୍ତ୍ର ୨୪ଘଣ୍ଟା ସୂର୍ଯ୍ୟ ଉପରେ ନଜର ରଖିଥାଏ । ଯେଉଁ ସମୟରେ ଚନ୍ଦ୍ର ଅବଜୋଭେଟୋରୀ ଏବଂ ସୂର୍ଯ୍ୟ ମଝିରେ ଥଲା ସେହି ସମୟରେ ଏହି ଯନ୍ତ୍ର ଏହାର ଚିତ୍ର ଉତ୍ତୋଳନ କରିଥିଲା । ଏହି ବିରଳ ସୂର୍ଯ୍ୟପରାଗର ଦୃଶ୍ୟର ଚିତ୍ର ଜୁନ ୨୯ରେ ଉତ୍ତୋଳନ କରାଯାଇଥିଲା ।
ଚିତ୍ରରେ ଗ୍ରହଣର ଶିଖର ସମୟରେ ଚନ୍ଦ୍ର ସୂର୍ଯ୍ୟର ୬୭ପ୍ରତିଶତ ଅଂଶ ଆଚ୍ଛାଦନ କରିସାରିଛି । ନାସାର ସୋଲାର ଡାୟୋନାମିକ୍ସ ଅବଜୋଭେଟୋରୀ (SDO)ର ନିଜର ଖାସ୍ ଭିଣ୍ଟେଜ୍ ପଏଣ୍ଟ ଯୋଗୁଁ ଏହି ଗ୍ରହଣର ଚିତ୍ର ଉତ୍ତୋଳନ କରି ପାରିଛି । ସେହି ସମୟରେ ଏହି ସୂର୍ଯ୍ୟଗ୍ରହଣ ପୃଥିବୀ ପୃଷ୍ଠରୁ ଦେଖାଯାଉ ନଥିଲା । ଅକ୍ଟୋବର ୨୫ ତାରିଖରେ ପୃଥିବୀ ପୃଷ୍ଠରେ ମୁଖ୍ୟତଃ ୟୁରୋପ, ଉତ୍ତର ଆଫ୍ରିକା, ମଧ୍ୟ-ପୂର୍ବ ଏବଂ ପଶ୍ଚିମ ଏସିଆ ଆଦି ସ୍ଥାନରେ ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିବ ।