ମାଟି ଚୋରିକୁ ବିରୋଧ କରିବାରୁ ହାଣିଦେଲେ ମାଟି ମାଫିଆ: ବିଳମ୍ବିତ ରାତିରେ ହେଉଥିଲା ମାଟି ଚୋରି

ବାଲିପାଟଣା: ମାଟି ଚୋରିକୁ ବିରୋଧ କରିବାରୁ ୩ ଜଣ ଯୁବକଙ୍କୁ ହାଣି ଦେଇଛନ୍ତି ମାଟି ମାଫିଆ । ଏଥିରେ ୩ ଜଣ ଯୁବକ ଗୁରୁତର ହୋଇ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍‌ ଏବଂ ପରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ହେଉଛନ୍ତି ନିରଞ୍ଜନ ପାତ୍ର, ସୌମେନ୍ଦ୍ର ଜେନା ଓ ଶରତ ଜେନା । ବାଲିପାଟଣା ଜିତିକାଲ ସୁଆଁଲୋ ଗାଁରେ ଘଟିଛି ଏଭଳି ଘଟଣା। ଗାଁରୁ ବିଳମ୍ବିତ ରାତିରେ ଚୋରି ହେଉଥିଲା ମାଟି । ଗାଁର କିଛି ଯୁବକ ଏହାକୁ ବିରୋଧ କରିବାରୁ ମାଟି ମାଫିଆ ଯୁବକ ମାନଙ୍କୁ ଆକ୍ରମଣ କରିଥିଲେ । ଖଣ୍ଡା ଭୁଜାଲିରେ ହାଣିବା ସହ ପାଇପରେ ମାଡ଼ ମାରିଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ପହଁଞ୍ଚି ଆକ୍ରମଣକାରୀ ୪ ଯୁବକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି । ସେମାନଙ୍କ ନିକଟରୁ ୨ଟି ବାଇକ ଜବତ ହୋଇଛି ।