କଟକରେ ସୋହାନୀ: ଓଡ଼ିଶା ସରକାରଙ୍କ ଟିମ୍‌କୁ ହସ୍ତାନ୍ତର କଲା ବାଳ ମଙ୍ଗଳ ସମିତି

1 min read

ଅଲୋଡ଼ା ହୋଇଯାଇଥିଲା ସୋହାନି । ମା’ କି ବାପା ସୋହାନି ପାଇଁ ସବୁ ହୋଇ ଯାଇଥିଲେ ପର । କେନ୍ଦ୍ରାପଡାର ବାପା-ମା’ । ଦିଲ୍ଲୀରେ ୯ ବର୍ଷର ସୋହାନି । ଏକୁଟିଆ ଭାଗ୍ୟକୁ ଆଦରି,ଆଦର-ସ୍ନେହଠାରୁ ବହୁତ ଦୁରରେ ଥିଲା ୯ ବର୍ଷର କୁନି ଝିଅ । ୪ ବର୍ଷ ତଳେ ବାପା ମା’ଙ୍କ ସହ ଦିଲ୍ଲୀ ଯାଇଥିଲା । କିନ୍ତୁ ଭାଗ୍ୟ ଏମିତି ଖେଳ ଖେଳିଥିଲା ଯେ, ବାପା ତାକୁ ପର କରିଦେଇ ଘରକୁ ଚାଲି ଆସିଥିଲେ । ପଛରେ ରହିଯାଇଥିଲା ସୋହାନି । ଦିନ ପରେ ଦିନ ବିତିଯାଇଥିଲା । ବାପା-ମା’ଙ୍କ ଅପେକ୍ଷାରେ ପରଘରେ ଦିନ ଗଣୁଥିଲା ସୋହାନି । କିନ୍ତୁ ବାପା-ମା’ ତାକୁ ଭୁଲି ଯାଇଥିଲେ । ଯାହା ଘରେ ରହୁଥିଲେ ସେ ସମ୍ପର୍କୀୟ ଥିଲେ । ଯେତେବେଳେ ଜନ୍ମକଲା ମା’ ଭୁଲିଯାଇଥିଲା ସେତେବେଳେ ସମ୍ପର୍କୀୟ କିଏ । ଧିରେ ଧିରେ ସୋହାନି ପ୍ରତି ବଢିଚାଲିଥିଲା ନିର୍ଯାତନା । ଶେଷରେ ଦିନେ ସ୍କୁଲରୁ ଚାଇଲ୍ଡ ହେଲ୍ଫ ଲାଇନକୁ ଯୋଗାଯୋଗ କରିଥିଲା ସୋହାନି । ଏହାପରେ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ସୋହାନିର ଠିକଣା ବଦଳେ । ସୋହାନିକୁ ନୋଏଡାର ସାଇକୃପା ବାଳକୁଟୀରରେ ରଖାଯାଏ ।


ସୋହାନିର କରୁଣ କାହାଣୀକୁ ପ୍ରଥମେ ସାମ୍ନାକୁ ଆଣିଥିଲା ନନ୍ଦିଘୋଷ ଟିଭି । ସୋହାନିଙ୍କୁ ନେଇ ପ୍ରସାରିତ ରିପୋର୍ଟ ପରେ ସୋହାନୀର ଘର କେନ୍ଦ୍ରାପଡ଼ାର ରାଜନଗର ଦେଉଳୋତ୍ତର ଗାଁର ବୋଲି ଜଣା ପଡିଥିଲା । ଏହାପରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସକ୍ରିୟ ହୋଇଥିଲା । ସୋହାନିକୁ ଘରକୁ ଫେରାଇ ଆଣିବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । କିନ୍ତୁ କରୋନା କାରଣରୁ ସୋହାନିର ଘର ବାହୁଡା ବିଳମ୍ବ ହୋଇଥିଲା । ଏବେ ସୋହାନି ଘରକୁ ଫେରିଛି ।
ସୋହାନି ଉତ୍ତରପ୍ରଦେଶର ଗୌତମବୁଦ୍ଧନଗର ବାଳ ମଙ୍ଗଳ ସମିତି ଅଧ୍ୟକ୍ଷା ଆଦେଶ ରାଣୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଦଳକୁ ହସ୍ତାନ୍ତର କରାଯାଇଥିଲା । ମାର୍ଚ୍ଚ ୧୯ ସକାଳେ ସୋହାନୀକୁ ନେଇ ଓଡ଼ିଶା ସରକାରଙ୍କ ଟିମ୍ ସମ୍ପର୍କକ୍ରାନ୍ତି ଟ୍ରେନରେ ବସିଥିଲେ । । ୨୦ ତାରିଖ ଦିନ ସେ କଟକରେ ପହଂଚିଥିବା ଜଣା ପଡିଛି ।

Leave a Reply