ସଫ୍ଟେୱର ଇଞ୍ଜିନିୟର ସିଦ୍ଧାର୍ଥଙ୍କ ଚଳଚ୍ଚିତ୍ର ନିଶା, ନିର୍ଦ୍ଦେଶିତ ଫିଲ୍ମକୁ ମିଳୁଛି ପୁରସ୍କାର

Software Engineer Sidharth Goutam Short Film Royals Awarded

ଭୁବନେଶ୍ୱର: ବିନା ରାଜା ରାଣୀରେ ତାସ୍ କେବଳ ଆଉ କେବଳ କେଇ ଖଣ୍ଡ କାଗଜ । ଆଉ ବିନା ସାଙ୍ଗରେ ଜୀବନ ନିରୁତା ମରୁଭୂମିଟିଏ । ସାଙ୍ଗ ହିଁ ମରୁଭୂମିରେ ପାଣି ଦେଖେଇପାରେ । ଅଲଗା ଅଲଗା ହେଇ ରହିଲେ ସେମାନେ ତାରା ହେଇଥାଇ ପାରନ୍ତି ସତ ହେଲେ ମିଶଗିଲେ ସେମାନେ ଆକାଶଟେ ଗଢ଼ି ଦିଅନ୍ତି । ସାଙ୍ଗର ମୂଲ ନିଜେ ସାଙ୍ଗ ହିଁ ଜାଣିପାରେନା, ସେ ସମ୍ପର୍କ ହିଁ ଅଲଗା ।

Software Engineer Sidharth Goutam Short Film Royals Awarded

ଏଇ ଚଳଚ୍ଚିତ୍ର ସେଇ ଅମୂଲ ସମ୍ପର୍କର କେବଳ ଏକ ପ୍ରମାଣପତ୍ର କୁହାଯାଇପାରେ । ଓଡ଼ିଶା ପିକ୍ଚର୍ସ ସବୁବେଳେ ମୌଳିକ ଚିନ୍ତାଧାରାକୁ ନେଇ ଓଡ଼ିଆ ଦର୍ଶକ ପାଖରେ ପହଞ୍ଚାଇବା ପାଇଁ ତତ୍ପର । ପିଲାବେଳୁ ସିନେମା ପ୍ରତି ଭଲ ପାଇବାର ମଞ୍ଜି ନିର୍ଦ୍ଦେଶକ ସିଦ୍ଧାର୍ଥ ଗୌତମଙ୍କ ବୟସ ସହ ତାଳ ଦେଇ ଏବେ ଗଛଟିଏ ରୂପ ନେଇଛି । ପେଶାରେ ସଫ୍ଟୱେର ଇଞ୍ଜିନିୟର ଥିବା ସିଦ୍ଧାର୍ଥ ସିନେମା କରିବା ଆଉ ଭଲ ପାଇବାର ନିଶା ଏବେ ତାଙ୍କୁ ଫୁଲ୍ ଟାଇମ ନିର୍ଦ୍ଦେଶକ ଭାବେ ଠିଆ କରିଛି । ତାଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ସିନେମା ବହୁ ଜାଗାରୁ ପ୍ରଶଂସା ଗୋଟାଇଛି । ତାଙ୍କ ଫିଲ୍ମକୁ ଲିଫ୍ଟ ଅଫ୍ ଗ୍ଲୋବାଲ ସିଜିନ୍ ୟୁକେ, ଚେପାଲୁ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ପୁରସ୍କାର ପାଇଛି । ଏତଦ୍ ବ୍ୟତୀତ ସିଦ୍ଧାର୍ଥ ଏବେ ଓଡ଼ିଆ ଓ ବଙ୍ଗଳା ଫିଚର ଫିଲ୍ମର ସହ ନିର୍ଦେଶକ କାର୍ଯ୍ୟ ଭାର ତୁଲାଉଛନ୍ତି ।

ଅନ୍ତର୍ଜାତୀୟ ସ୍ତରରେ ସିଦ୍ଧାର୍ଥଙ୍କ ତୃତୀୟ ସିନେମା ‘ରୋୟାଲ୍ସ’ ପୁରସ୍କୃତ ହେଇଛି । ଚିରାଚରିତ ଓଡ଼ିଆ ସିନେମାର ମଙ୍ଗ ମୋଡ଼ିବାରେ ସିଦ୍ଧାର୍ଥ ସିଦ୍ଧହସ୍ତ । ସେହିଭଳି ପ୍ରଯୋଜକ ଜୟନ୍ତ ରାଉତ ପେଶାରେ ଇଞ୍ଜିନିୟର । ବିଦେଶରେ ଥିଲେ ବି ତାଙ୍କର ସବୁବେଳେ ଓଡ଼ିଆ ଓ ଓଡ଼ିଶା ପ୍ରତି ଭଲପାଇବା ନିରନ୍ତର ରହିଛି । କିଛି ନୂଆ ଅନୁଭବ ଓଡ଼ିଆ ଦର୍ଶକଙ୍କୁ ଭେଟିଦେବା ପାଇଁ ସବୁବେଳେ ପ୍ରୟାସ କରନ୍ତି । ନିଜେ ହସେଇବାର ଖୋରାକ ସାଜି ଦର୍ଶକଙ୍କୁ ମସଗୁଲ କରନ୍ତି । ତା’ ସହିତ କିଛି ଭଲ ସିନେମା ଓଡ଼ିଶାର ଇତିହାସକୁ ଧରି ରଖିବା ପାଇଁ ଓଡ଼ିଶା ପିକ୍ଚର୍ସର ବ୍ୟାନରରେ ଅବିରତ ଚେଷ୍ଟା ଜାରି ରଖିଛନ୍ତି ।

Leave a Reply