spot_img

Latest Posts

ଅସହାୟ ସୁବାସିନୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସମାଜସେବୀ ବିକ୍ରମ

ବିକ୍ରମ କେଶରୀ ସାମଲ। ବୟସ ମାତ୍ର ୩୫ ବର୍ଷ। ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଜଣେ ଚର୍ଚ୍ଚିତ ଯୁବ ସମାଜସେବୀ। ପେଶାରେ ଜଣେ ଦକ୍ଷ ବ୍ୟବସାୟୀ ଭାବେ ଅଞ୍ଚଳରେ ବେଶ ଜଣା ଶୁଣା । ଏତେ କମ ବୟସରୁ ଯେଭଳି ଦାନର ମହତ୍ତ୍ବକୁ ବୁଝିପାରିଛନ୍ତି ବିକ୍ରମ। ଯେବେଠୁ ରୋଜଗାର କରିବା ଆରମ୍ଭ କରିଛନ୍ତି ସେବେଠୁ ତାଙ୍କର ପ୍ରତି ଜନ୍ମଦିନରେ ଜଣେ ଜଣେ ଭିନ୍ନକ୍ଷମ ଓ ନିରାଶ୍ରୟଙ୍କୁ ସେ ସହାୟତାର ହାତ ବଢ଼ାଇଛନ୍ତି । କେତେବେଳେ ବାସହୀନଙ୍କୁ ଘର ଦାନ କରିଛନ୍ତି ତ କେତେବେଳେ କେଉଁ ଅସହାୟ ମାଆର ପୁଅ ସାଜି ତାଙ୍କ ପରିବାରର ସମସ୍ତ ସମସ୍ୟାକୁ ନିଜର କରିନେଇଛନ୍ତି। ତାଙ୍କ ୩୫ତମ ଜନ୍ମଦିନ ଉପଲକ୍ଷେ ନିମାପଡ଼ା ପାଟପୁର ଗାଁର ଜଣେ ନିରାଶ୍ରୟା ବିଧବା ସୁବାସିନୀ ଦାସଙ୍କୁ ନୂଆ ଦୋକାନ ଗୃହଟିଏ ଦେବା ସହିତ ଦୋକାନର ସମସ୍ତ ଆସବାବ ପତ୍ର ମଧ୍ୟ ଦେଇଛନ୍ତି। ସ୍ଵାମୀ ଓ ପୁଅର ବିୟୋଗ ପରେ ଘର ସାମନାରେ କଦଳୀ ବେପାର କରି ପରିବାର ପ୍ରତିପୋଷଣ କରିଆସୁଥିଲେ ସୁବାସିନୀ। ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ। ବହୁ କଷ୍ଟରେ କଟୁଥିଲା ଦିନ। ଶୁଣନ୍ତୁ କଣ କହୁଛନ୍ତି ସୁବାସିନୀ।

ଅସହାୟ ସୁବାସିନୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସମାଜସେବୀ ବିକ୍ରମ। ଭଙ୍ଗା ଦଦରା ଘର ଖଣ୍ଡିଏକୁ ଛାଡ଼ିଦେଲେ ତାଙ୍କ ପାଖରେ ଆଉ ସାହାରା ବୋଲି କିଛି ନାହିଁ। ସମ୍ବଳ ଅଭାବରୁ ଝିଅର ପାଠପଢ଼ାରେ ଡୋରୀ ବାନ୍ଧିଦେଇଛନ୍ତି । କଷ୍ଟେ ମଷ୍ଟେ ତେଲ ଲୁଣର ସଂସାର ଚଳିବା ମଧ୍ୟ କଷ୍ଟକର ହେଉଥିଲା। ବିକ୍ରମଙ୍କ ସହଯୋଗ ପାଇ ସୁବାସିନୀ ରୋଜଗାରକ୍ଷମ ହେବା ସହିତ ଆଗକୁ ନିଜ ପରିବାରର ଆର୍ଥିକ ସମସ୍ୟାକୁ ସମାଧାନ କରିପାରିବେ ବୋଲି କହିଛନ୍ତି । ଏହାସହ ଝିଅର ଅଧୁରା ପାଠକୁ ପୂରା କରିବା କରିବାକୁ ଆଶା ରଖିଛନ୍ତି। ଅନ୍ୟପଟେ ଯେ ପର୍ଯ୍ୟନ୍ତ ତାଙ୍କ ରୋଜଗାର ଅଛି ସେ ପର୍ଯ୍ୟନ୍ତ ତାଙ୍କର ଏହିଭଳି ପରୋପକାରୀ କାର୍ଯ୍ୟ ଜାରି ରହିବ ବୋଲି ବିକ୍ରମ ପ୍ରକାଶ କରିଛନ୍ତି।

Latest Posts

Don't Miss