ମହିଳାଙ୍କ ପ୍ରତି ଅଶାଳୀଳ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା, ସୋସିଆଲ ଟକ୍ ମାଲିକ ଗିରଫ

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ପ୍ରତି ଅଶାଳୀଳ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ସୋସିଆଲ ଟକ୍ ନାମକ ଏକ ଫେସବୁକ ପେଜର ମାଲିକ । ଗିରଫ ଯୁବକଙ୍କ ନାଁ ପ୍ରୀତିପ୍ରକାଶ ନାୟକ । ଫେସବୁକରେ ଗତ କିଛିଦିନ ହେଲା ବିଭିନ୍ନ ବ୍ୟକ୍ତିବିଶେଷ, ରାଜନେତା ଓ ମହିଳାଙ୍କ ପ୍ରତି ଅତ୍ୟନ୍ତ କଦର୍ଯ୍ୟ ଭାଷା ବ୍ୟବହାର କରି ବିଭିନ୍ନ ପ୍ରସଙ୍ଗରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିଲେ ।

ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଚନ୍ଦ୍ରଶେଖରପୁର ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରୀତିପ୍ରକାଶ ପୂର୍ବରୁ ମଧ୍ୟ ଭଦ୍ରକ ପୋଲିସ ଦ୍ବାରା ଗିରଫ ହୋଇଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖରେ କଂଗ୍ରେସ ନେତା ଜଗଜୀବନ ମହାନ୍ତି ତାଙ୍କ ନାଁରେ ସାଇବର ପୋଲିସ ପାଖରେ ଏକ ଅଭିଯୋଗ ମଧ୍ୟ କରିଥିଲେ ।