ଗୋଟିଏ ଦିନରେ ତିନି ଥର ଡାଉନ ହେଲା ସୋସିଆଲ ମିଡ଼ିଆ ‘ଏକ୍ସ’

ନନ୍ଦିଘୋଷ ବ୍ୟୁରୋ: ପୁଣି ଡାଉନ ହେଲା ସୋସିଆଲ ମିଡିଆ ଏକ୍ସ । ଗୋଟିଏ ଦିନରେ ତିନି ତିନି ଥର ଡାଉନ ହେଲା ଏକ୍ସ । ବାରମ୍ବାର ସାଇଟ ଡାଉନ ହେବାରୁ ବ୍ୟତିବ୍ୟସ୍ତ ହୋଇ ପଡିଲେ ୟୁଜର୍ସ ।
ଗତକାଲି ତିନି ତିନି ଧର ଏହି ସାଇଟ ଡାଉନ ହୋଇଥିଲା । ବ୍ୟବହାରକାରୀ ଟ୍ଵିଟର ଫିଡ ଦେଖିବାରେ ସମସ୍ଯାର ସାମନା କରିଥିଲେ । ଦୁନିଆର ସବୁଠାରୁ ଧନୀ ଶିଳ୍ପପତି ଏଲନ ମକ୍ସଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ ଡାଉନ ହୋଇଥିଲା । ଗତକାଲି ଏହି ସାଇଟ ଠପ୍ ହୋଇଯାଇଥିଲ। ଫଳରେ ୟୁଜର୍ସ ଲଗ ଇନ୍ କରିବାରେ ଅସମର୍ଥ ହୋଇଥିଲେ । ଡାଉନ ଡିଟେକ୍ଟର୍ସ ୱେବସାଇଟରେ ଅନେକ ଗ୍ରାହକ ଏ ନେଇ ଅଭିଯୋଗ କରିଥିଲେ। ଡାଉନ ଡିଟେକ୍ଟର ୱେବସାଇଟ ଅନୁସାରେ ଗତକାଲି ଅପରାହ୍ନ ସାଢେ ୩ଟା, ସଂଧ୍ଯା ୭ଟା ସମୟରେ ଲଗ ଇନ କରିବାରେ ସମସ୍ୟା ଦେଖାଦେଇଥିଲା । ଏହାପରେ ରାତି ୮ଟା ୪୪ ମିନିଟରେ ଡାଉନ ହୋଇଯାଇଥିଲା ଏକ୍ସ । ଭିନ୍ନ ଭିନ୍ନ ସ୍ଥାନରେ ଗ୍ରାହକ ଆପ୍ ଓ ସାଇଟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ସାରା ବିଶ୍ଵରେ ଅଧିକାଂଶ ଦେଶରେ ଏକ୍ସ ବ୍ଯବହାରକାରୀ ଅଭିଯୋଗ ଦାଖଲ କରିଛନ୍ତି । ଇଂଲଣ୍ଡ, ଅଷ୍ଟ୍ରେଲିଆ, କାନାଡା, ଭାରତ ସମେତ ଅନ୍ୟ ଦେଶର ୟୁଜର୍ସ ଅଭିଯୋଗ ଦାଖଲ କରିଥିଲେ । ସୋସିଆଲ ମିଡିଆ ସାଇଟ ଏକ୍ସରେ ସାରା ବିଶ୍ଵରେ ୪୦ ହଜାରରୁ ଅଧିକ ଉପଭୋକ୍ତା ସେବାରେ ବାଧା ଆସିଥିବା ଅଭିଯୋଗ କରିଥିଲେ । ୫୬ ପ୍ରତିଶତ ଆପରେ ସମସ୍ଯାର ସାମନା କରିଥିବାବେଳେ ୩୩ ପ୍ରତିଶତ ୱେବସାଇଟରେ ଏହି ସମସ୍ଯାର ସାମନାର କରିଥିଲେ । ଅନ୍ୟ ୧୧ ପ୍ରତିଶତ ସର୍ଭର କନେକସନ୍ ସମସ୍ଯା ନେଇ ସୂଚନା ଦେଇଥିଲେ । ସେପଟେ ଏକ୍ସ କର୍ତ୍ତୃପକ୍ଷ ସମସ୍ଯା ଉପୁଜିଥିବା ସ୍ଵୀକାର କରିଛନ୍ତି । ତେବେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ବୈଷୟିକ ତ୍ରୁଟି ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ ।